ଆଜି ଛାଡଖାଇ : କିଏ ମାଛ ନେଇ ଘରକୁ ଯାଉଛି ତ ଆଉ କିଏ ମଟନ୍ ଓ ଚିକେନ୍‌

ଭୁବନେଶ୍ବର:ଆଜି ଛାଡଖାଇ। କାର୍ତ୍ତିକ ମାସ ପାଇଁ ମାସେ ଧରି ଆମିଷ ଛାଡିଥିବା ଲୋକ ଛାଡଖାଇ ପାଳନ କରୁଛନ୍ତି। କିଏ ମାଛ ନେଇ ଘରକୁ ଯାଉଛି ତ ଆଉ କିଏ ମାସଂ ଓ ଚିକେନ୍‌। ବେପାରୀ ମଧ୍ୟ ଗ୍ରାହକଙ୍କ ଚାହିଦା ମୁତାବକ ବିଭିନ୍ନ ଭେରାଇଟିର ମାଛ ସଜାଇ ରଖିଛନ୍ତି।

ରୋହି, ଭାକୁର, ଚିଙ୍ଗୁଡି ସାଙ୍ଗକୁ ଛୋଟ ମାଛ ଓ କଙ୍କଡା। ମାସେ ଧରି ପାଟିରେ ଅମିଷ ବାଜିନଥିବାରୁ ଆଜି ସକାଳୁ ସକାଳୁ ମାଛ, ମାଂସ କିଣିବାକୁ ଲୋକମାନେ ବାଜରରେ ଭିଡ ଜମାଇଛନ୍ତି। ତେବେ ମଙ୍ଗଳବାର ପଡୁଥିବାରୁ କିଛି ଲୋକେ ଆସନ୍ତାକାଲି ବୁଧବାର ଛାଡଖାଇ ପାଳନ କରିପା ପାଇଁ ପ୍ରସ୍ତୁତ ହୋଇରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.