Below header

ଏହି ୱେଡିଂ ସିଜିନରେ ବାହା ହେଉଛନ୍ତି କି ? ଆପଣାନ୍ତୁ ଏହି ଉପାୟ ତ୍ବଚାରେ ଆସିବ ଗ୍ଲୋ

ବିବାହ ସିଜିନ ଆସିଯାଇଛି। ଯଦି ଆପଣ ଏହି ସିଜିନରେ ବାହା ହେବାକୁ ଯାଉଛନ୍ତି, ତେବେ ନିଜ ତ୍ବଚାର ଧ୍ୟାନ ରଖିବା ମଧ୍ୟ ନତାନ୍ତ ଆବଶ୍ଯକ। ଯଦି ଆପଣ ଚେହେରାରେ ଗ୍ଲୋ ପାଇବାକୁ ଚାହୁଁଚନ୍ତି, ତେବେ ଆଜିଠାରୁ ଏହାର ଟ୍ରିଟମେଣ୍ଟ ଆରମ୍ଭ କରିଦିଅନ୍ତୁ। ଆଜିକାଲି ବିୟୁଟିପାର୍ଲରରେ ବିବାହ ପୂର୍ବରୁ ଉଜ୍ଜ୍ବଳ ତ୍ବଚା ପାଇଁ ଫେୟାରନେସ ଟ୍ରିଟମେଣ୍ଟ ଆରମ୍ଭ କରିଦେଉଛନ୍ତି। ଏମିତି କିଛି ଘରୋଇ ଉପାୟ ରହିଛି, ଯାହାକୁ ଆପଣାଇ ନିଜ ତ୍ବଚାକୁ ଗ୍ଲୋ କରିପାରିବେ।

– ସପ୍ତାହକୁ ଅତି କମରେ ୫ ଦିନ ୨୦ରୁ ୩୦ ମିନିଟ ଚାଲନ୍ତି। ଏମିତି କରିବା ଦ୍ବାରା ଷ୍ଟ୍ରେସ କମ୍ ହେବା ଏବଂ ବ୍ଲଡ ସର୍କୁଲେସନ ବଢିବ ଆଉ ତ୍ବଚାରେ ଗ୍ଲୋ ବଢିବ।

– ମୁହଁରେ ସାବୁନ ନ ଲଗାଇ ମାଇଲ୍ଡ ବିୟୁଟି ଫେସୱାସ ବ୍ଯବହାର କରନ୍ତୁ। ରାତିରେ ଶୋଇବା ପୂର୍ବରୁ ମୁହଁ ଭଲଭାବେ ସଫା କରନ୍ତୁ।

skin glow

– ରାତିରେ ଶୋଇବା ବେଳେ ଆଣ୍ଟି ଆକ୍ସିଡାଣ୍ଟ ଯୁକ୍ତ ମଶ୍ଚରାଇଜର କ୍ରିମ ଲଗାନ୍ତୁ। ଏହି ମଶ୍ଚରାଇଜର କରିବା ସହିତ ଭିଟାମିନ ଏ, ସି, ଇ ଏବଂ ବି ୩ ଯୁକ୍ତ ରହିଥାଏ। ଯାହା ତ୍ବଚାକୁ ପୋଷଣ ଯୋଗାଇବ।

– ରାସାୟନିକ ଜିନିଷ ଯେତେ ସମ୍ଭବ କମ୍ ବ୍ଯବହାର କରିବେ। ଯକୌଣସି ପ୍ରଡକ୍ଟ ବ୍ଯବହାର କରିବା ପୂର୍ବରୁ ତ୍ବଚା ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ ଜରୁରୀ ନିଅନ୍ତୁ।

– ଯଦି ଆପଣଙ୍କର ଅଧିକ ଝାଳ ବାହାରୁଛି ଏବଂ ଧୂଳିଧୂସରେ କାମ କରୁଛନ୍ତି, ତେବେ ପ୍ରତିଦିନ କେଶ ଧୋଇବା ଉଚିତ। ଶାମ୍ପୁ କରିବା ପରେ କେଶରେ କଣ୍ଡିସନର ନିଶ୍ଚିତ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.