Below header

ବନ୍ୟାଞ୍ଚଳରେ ଚିନ୍ତା ଦେଉଛି ଜଳବାହିତ ରୋଗ: ବଢୁଛି ମାଲେରିଆ, ଡେଙ୍ଗୁ ସହ ସାପ କାମୁଡା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର(କେନ୍ୟୁଜ୍): ବନ୍ୟାଞ୍ଚଳରେ ବଢୁଛି ଜଳବାହିତ ରୋଗ । ମାଲେରିଆ, ଡେଙ୍ଗୁ ସହ ସାପ କାମୁଡା ରୋଗୀଙ୍କ ସଂଖ୍ୟା ବଢୁଛି । ବନ୍ୟା ପ୍ରପୀଡିତ ୧୪ ଜିଲ୍ଲାର ୨୩ ହଜାର ୩୬୭ଜଣ ଲୋକଙ୍କ ଚିକିତ୍ସା ହେଉଛି । ସେମାନଙ୍କ ମଧ୍ୟରୁ ୩୨ଜଣ ସାପ କାମୁଡା ରୋଗୀ ଚିକିତ୍ସିତ ହେଉଛନ୍ତି । ଜଳ ବିଶୋଧନ କିଭଳି ହେବ ସେନେଇ କାମ ଚାଲିଛି।

୫ଲକ୍ଷ ୩୭ ହଜାର ହାଲୋଜିନ୍‌ ବଟିକା ଓ ୧ଲକ୍ଷ ୨୨ ହଜାର ଓଆରଏସ୍‌ ବଣ୍ଟାଯାଇଛି। ୨୧୦ ମେଡିକାଲ ରିଲିଫ୍‌ ସେଣ୍ଟର ଥିବାବେଳେ ୧୨୫ଟି ମୋବାଇଲ ଟିମ୍‌ କାମ କରୁଛି । ସଫା ସୁତୁରା ରହିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ବାଲେଶ୍ୱରରେ ଏବେ ରୋଗୀଙ୍କ ସଂଖ୍ୟା ବଢିବା ସମ୍ଭାବନା ରହିଛି। ଏନେଇ ବାଲେଶ୍ୱର ସିଡିଏମଓଙ୍କ ସହ କଥା ହୋଇ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.