Below header

କେବେ ଖୋଲିବ ନର୍ସ ନିହାରିକାଙ୍କ ମୃତ୍ୟୁ ରହସ୍ୟ? ଆଜି ଆସିପାରେ ପୋଷ୍ଟମର୍ଟମ୍‌ ରିପୋର୍ଟ

ଜଗତସିଂହପୁର: ଦିନ ଗଡୁଛି ରହସ୍ୟ ବଢୁଛି। ଜଗତସିଂହପୁରରେ ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡକୁ ନେଇ ବଢିବାରେ ଲାଗିଛି ସସପେନ୍ସ । ମୃତଦେହ ଠାବକୁ ଚାରି ଦିନ ବିତିଲାଣି। ତଦନ୍ତ ପାଇଁ ୪ଜଣିଆ ଟିମ ଗଠିତ ହୋଇଥିଲେ ବି ହତ୍ୟାକାରୀର ମିଳୁନି ସୁରାକ। ନିହାରିକାଙ୍କ ବୟଫ୍ରେଣ୍ଡ କିଶୋର ଅଞ୍ଚଳ ଓରଫ ରାଜା ଉପରେ ସନ୍ଦେହ ବଢ଼ିବାରେ ଲାଗିଛି । ସେ ଏବେ ଫେରାର୍‌ ଅଛି । ରାଜାକୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ । ପରିବାର ଲୋକ ଅଭିଯୋଗ କରିଛନ୍ତି, ରାଜା ତାଙ୍କ ଝିଅକୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଛି । ସେପଟେ ନିହାରିକା କାମ କରୁଥିବା ନର୍ସିଂହୋମ୍‌ର ସିସିଟିଭି ଫୁଟେଜ୍‌ ବି ସାମ୍ନାକୁ ଆସିଛି । ନିହାରିକାଙ୍କ ମୃତ୍ୟୁ, ପ୍ରଶ୍ନବାଚୀର ଅନେକ ପାହାଡ଼ ଠିଆ କରିଛି । କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କୁ ହତ୍ୟା କରାଗଲା? ମୃତଦେହ ବିଲୁଆଖାଇ ନଦୀ ପଠାକୁ ଆସିଲା କେମିତି । ଶେଷ ଥର କାହା ସହ କଥା ହୋଇଥିଲେ ନିହାରିକା? ତାଙ୍କ କଲ୍‌ ଡିଟେଲ୍ସ ରିପୋର୍ଟର ବି ତନାଘନା ଚାଲିଛି । ପୋଷ୍ଟମର୍ଟମ ଓ ଡିଏନ୍‌ଏ ଟେଷ୍ଟ ରିପୋର୍ଟକୁ ବି ଅପେକ୍ଷା କରିଛି ପୋଲିସ । ଆଜି ରିପୋର୍ଟ ଆସିପାରେ । ସେପଟେ ନିହାରିକାଙ୍କ ବାପା-ମାଆଙ୍କର ହେବ ଡିଏନ୍‌ଏ ଟେଷ୍ଟ। ଏଥିପାଇଁ ଜଗତସିଂହପୁର ପୋଲିସ ଦୁଇ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିବ। ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.