ନବରାତ୍ରୀ, ଦୁର୍ଗାପୂଜା ଏବଂ ଦଶହରାରେ ରହିଛି ଶୁଭ ସଂଯୋଗ, ଜାଣନ୍ତୁ କଣ କହୁଛି ଗ୍ରହ-ନକ୍ଷତ୍ର

ପିତୃପକ୍ଷ ସମାପ୍ତ ହେବା ପରେ ହିଁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯିବ। ୨୯ ସେପ୍ଟେମ୍ବର ରବିବାର ଦିନ ଆଶ୍ୱିନ ମାସର ଶୁକ୍ଳପକ୍ଷର ପ୍ରତିପଦା ତିଥିରେ କଳସ ସ୍ଥାପନା କରାଯିବ। କଳସ ସ୍ଥାପନା ସହ ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କ ଉପାସନା ଏବଂ ବିଧି ବିଧାନର ସହ ପୂଜା-ପାଠ କରାଯିବ। ଚଳିତ ବର୍ଷ ୭ ଅକ୍ଟୋବରରେ ମହାନବମୀ ଏବଂ ୮ ଅକ୍ଟୋବରରେ ଦଶହରା ପାଳନ କରାଯିବ। ଜ୍ୟୋତିଷାର୍ଯ୍ୟଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଶାରଦୀୟ ନବରାତ୍ରୀର ୯ ଦିନରେ ୬ ଦିନ ବିଶେଷ ଯୋଗ ରହିଛି। ଯେଉଁକାରଣରୁ ନବରାତ୍ରୀ ପୂଜା ଶୁଭ ଏବଂ ଫଳଦାୟୀ ହେବ। ୨ ଦିନ ଅମୃତସିଦ୍ଧି, ୨ଦିନ ସର୍ବାର୍ଥ ସିଦ୍ଧି ଏବଂ ୨ ଦିନ ରବି ଯୋଗର ସଂଯୋଗ ରହିଛି।

ଜାଣନ୍ତୁ କେଉଁ ଦିନ କି ଯୋଗ ରହିଛି

-୨୯ସେପ୍ଟେମ୍ବର ପ୍ରତିପଦା ତିଥିରେ କଳସ ସ୍ଥାପନା

-୩୦ ସେପ୍ଟେମ୍ବରରେ ଅମୃତ ସିଦ୍ଧି ଯୋଗ

-୧ ଅକ୍ଟୋବରରେ ରବି ଯୋଗ

-୨ ଅକ୍ଟୋବରରେ ଅମୃତ ଏବଂ ସିଦ୍ଧି ଯୋଗ

-୩ ଅକ୍ଟୋବରରେ ସର୍ବାର୍ଥ ସିଦ୍ଧ

-୪ ଅକ୍ଟୋବରରେ ରବି ଯୋଗ

-୫ ଅକ୍ଟୋବରରେ ରବି ଯୋଗ

-୬ ଅକ୍ଟୋବରରେ ସର୍ବସିଦ୍ଧି ଯୋଗ ରହିବ।

navratri pujaଜାଣନ୍ତୁ ନବରାତ୍ରୀରେ ନଅ ଦେବୀଙ୍କ ନାମ

ପ୍ରଥମା ଦିନ- ଶୈଳପୁତ୍ରୀ

ଦ୍ୱିତୀୟା ଦିନ- ବ୍ରହ୍ମଚାରିଣୀ

ତୃତୀୟା ଦିନ- ଚନ୍ଦ୍ରଘଣ୍ଟା

ଚତୁର୍ଥୀ ଦିନ- କୁଷ୍ମାଣ୍ଡା

ପଞ୍ଚମୀ ଦିନ- ସ୍କନ୍ଦମାତା

ଷଷ୍ଠି ଦିନ- କାତାୟାନୀ

ସପ୍ତମୀ ଦିନ- କାଳରାତ୍ରୀ

ଅଷ୍ଟମୀ ଦିନ- ମହାଗୌରୀ

ନବମୀ ଦିନ- ସିଦ୍ଧିଦାତ୍ରୀ

ଏହାସହ ପଢନ୍ତୁ: ପ୍ରତିବର୍ଷ ବଢୁଛି ଭୂତେଶ୍ୱରନାଥ ଶିବଲିଙ୍ଗ, ଏପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି ଏହାର ରହସ୍ୟ

ଦଶହରାରେ ଶୁଭ ସଂଯୋଗ

ନବମୀ ପରଦିନ ଦଶହରା ଉତ୍ସବ ପାଳନ କରାଯାଇଥାଏ। ୭ ଅକ୍ଟୋବର ୨୦୧୯ରେ ମହାନବମୀ ଅପରାହ୍ନ ୧୨.୩୮ ପଯ୍ୟର୍ନ୍ତ ରହିବ। ଏହାପରେ ଦଶମୀ ବା ଦଶହରା ହେବ। ୮ ଅକ୍ଟୋବର ଦିନ ବିଜୟା ଦଶମୀ ରବି ଯୋଗରେ ଅପରାହ୍ନ ୨.୫୧ ପଯ୍ୟର୍ନ୍ତ ରହିବ। ଚଳିତ ବର୍ଷ ଦଶହରାରେ ଶୁଭ ସଂଯୋଗ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.