Below header

ବେଙ୍ଗାଲୁରୁରେ ଓଡିଆ ସଫ୍ଟେଓ୍ଵୟାର ଇଞ୍ଜିନିୟରଙ୍କ ଡବଲ ରୋଲ୍‌: ଦିନରେ ସିକ୍ୟୁରିଟି ଗାର୍ଡ ଓ ରାତିରେ ଚୋର

ବେଙ୍ଗାଲୁରୁ(କେନ୍ୟୁଜ୍):  ଚାକିରି ସିକ୍ୟୁରିଟି ଗାର୍ଡ, କରୁଥିଲେ ହାଇଟେକ୍‌ ଚୋରି । ଓଡ଼ିଆ ଇଲେକ୍ଟ୍ରିକାଲ ଇଞ୍ଜିନିୟର ରାଜ୍‌ ପାତ୍ରକୁ ଗିରଫ କଲା ବେଙ୍ଗାଳୁରୁ ପୋଲିସ । ବେଙ୍ଗାଳୁରୁର ଏକ ଇଞ୍ଜିନିୟରିଂ କଲେଜରୁ ୩୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ଘଟଣାରେ ରାଜ ପାତ୍ରକୁ ଗିରଫ କରିଛି ପୋଲିସ । ସେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା ।

ପଚରାଉଚରା ବେଳେ ବୁର୍ଲା ଭିସୁଟ୍‌ ଇ-ଲର୍ଣ୍ଣିଂ ସେଣ୍ଟରରୁ କମ୍ପ୍ୟୁଟର ହାର୍ଡ ଡିସ୍କ ଚୋରି ଘଟଣାରେ ସାମିଲ ଥିବା ନେଇ ଜଣାପଡିଛି । ଏହାପରେ ସମ୍ବଲପୁର ପୋଲିସର ଦୁଇ ଜଣିଆ ଟିମ୍‌ ବେଙ୍ଗାଳୁରୁ ଯାଇଛି । ଅଭିଯୁକ୍ତ ହାର୍ଡଡିସ୍କ ଦେଇଥିବା ଲୋକଙ୍କୁ ମଧ୍ୟ ପଚରାଉଚରା କରି ଫେରିଛି । ଅଭିଯୁକ୍ତକୁ ସମ୍ବଲପୁର ରିମାଣ୍ଡରେ ଅଣାଯିବ । ଭିସୁଟର ଇ-ଲର୍ଣ୍ଣିଂ କେନ୍ଦ୍ରରେ ରହିଥିବା ୨୭୦ଟି କମ୍ପ୍ୟୁଟର ଗବେଷଣାରେ ବ୍ୟବହାର ହୋଇଥାଏ । ଇ-ଲର୍ଣ୍ଣିଂ ସେଣ୍ଟରରୁ ୫୫ଟି ହାର୍ଡଡିସ୍କ, ପ୍ରୋସେସର ଓ ରାମ୍‌ ଚୋରି ହୋଇଥିଲା । ଓଡ଼ିଆ ଇଲେକ୍ଟ୍ରିକାଲ ଇଞ୍ଜିନିୟର ରାଜ୍‌ ପାତ୍ର ଏହି ଚୋରିରେ ନିପୁଣ ବୋଲି ଜଣାପଡିଛି । ସେ ସିକ୍ୟୁରିଟି ଗାର୍ଡ ହୋଇ ଚୋରି କରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.