Below header

ମୋବାଇଲ୍ ଆପ୍ ଏବଂ ଡେସ୍କଟପ୍ ରେ କିପରି ଇମେଲ୍ Schedule କରିବେ ଜାଣନ୍ତୁ

ଗୁଗୁଲ୍ ଏହାର ଇ-ମେଲ୍ ସେବା Gmail ରେ ଏପ୍ରିଲ୍ 2019 ରେ ଇ-ମେଲ୍ କାର୍ଯ୍ୟସୂଚୀର ଫିଚର୍ସ ଲଞ୍ଚ କରିଛି, କିନ୍ତୁ ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ଅନେକ ଲୋକ ଏହି ଫିଚର୍ସ ବିଷୟରେ ଜାଣି ନାହାଁନ୍ତି । ଇ-ମେଲ୍ ର ଏହି ଫିଚର୍ସ ଲାଭ ଉଠାଇ, ଆପଣ ନିଜ ସୁବିଧା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟରେ କାହାକୁ ଇ-ମେଲ୍ ପଠାଇ ପାରିବେ। ଏବଂ ଏହି ଫିଚର୍ସ ଉଭୟ ମୋବାଇଲ୍ ଆପ୍ ଏବଂ ଡେସ୍କଟପ୍ ରେ ଉପଲବ୍ଧ ରହିଛି। ଏକ ଇ-ମେଲ୍ ନିର୍ଦ୍ଧାରଣ କରିବା ସମୟରେ ଆପଣଙ୍କୁ ସମୟ ଏବଂ ତାରିଖ ଚୟନ କରିବାକୁ ପଡିବ। ତେବେ ମୋବାଇଲ୍ ଆପ୍ ଏବଂ ଡେସ୍କଟପ୍ ରେ କିପରି ଇ-ମେଲ୍ ନିର୍ଦ୍ଧାରଣ କରିବେ ଆସନ୍ତୁ ଜାଣିବା ।

ଡେସ୍କଟପ୍ ବ୍ରାଉଜରରେ ଇ-ମେଲ୍ କିପରି Schedule କରିବେ:

ସର୍ବପ୍ରଥମେ gmail.com କୁ ଯାଇ ଆକାଉଣ୍ଟକୁ ଲଗଇନ୍ କରନ୍ତୁ।

ବର୍ତ୍ତମାନ ଯେପରି ଆପଣ ମେଲ୍ ପଠାଉଛନ୍ତି , ସେହିପରି ଆପଣ ପଠାଇବାକୁ ଚାହୁଁଥିବା ଆଇଡି ସହିତ ମେଲ୍ କୁ କମ୍ପୋଜ କରନ୍ତୁ ଏବଂ ଏହାକୁ ଡ୍ରାଫ୍ଟରେ ସେଭ୍ କରନ୍ତୁ ।

ବର୍ତ୍ତମାନ send ବଟନ ଉପରେ କ୍ଲିକ୍ କରିବା ପରିବର୍ତ୍ତେ, ତଳେ ଥିବା ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରନ୍ତୁ ।

ବର୍ତ୍ତମାନ Schedule send ଉପରେ କ୍ଲିକ୍ କରନ୍ତୁ ।

ଏହା ପରେ ଆପଣ ତାରିଖ ଏବଂ ସମୟର ଅପସନ ପାଇବେ । ବର୍ତ୍ତମାନ ସମୟ ଏବଂ ତାରିଖ ଚୟନ କରିବା ପରେ ଇ-ମେଲ୍ ନିର୍ଦ୍ଧାରିତ ହେବ ଏବଂ ନିର୍ଦ୍ଦିଷ୍ଟ ସମୟରେ ସ୍ୱୟଂଚାଳିତ ଭାବରେ ପଠାଯିବ ।

ମୋବାଇଲ୍ ଆପ୍ ରେ କିପରି ଇମେଲ୍ Schedule କରିବେ:

ଆପଣଙ୍କର ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍ ଆପ୍ ଖୋଲନ୍ତୁ ।

ବର୍ତ୍ତମାନ ଇ-ମେଲ୍ id ସହିତ କମ୍ପୋଜ ମେଲ୍ ଉପରେ କ୍ଲିକ୍ କରନ୍ତୁ ।

ଏହା ପରେ ଉପର ଡାହାଣ ପାର୍ଶ୍ୱରେ ଥିବା ତିନୋଟି ଡଟ୍ ମେନୁରେ କ୍ଲିକ୍ କରନ୍ତୁ ଏବଂ ସିଡ୍ୟୁଲ୍ sendର ଅପସନ ଚୟନ କରନ୍ତୁ ।

ବର୍ତ୍ତମାନ ସମୟ ଏବଂ ତାରିଖ ସ୍ଥିର କରି ଇ-ମେଲ୍ ନିର୍ଦ୍ଧାରଣ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.