Below header

ଗଞ୍ଜାମ ଫେରିଲେ ସୁରତରେ ଫସିଥିବା ପ୍ରବାସୀ ଓଡ଼ିଆ, ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ସହ ସମସ୍ତଙ୍କ ପାଇଁ ରହିବାର କରାଯାଇଛି ବ୍ୟବସ୍ଥା

ଗଞ୍ଜାମ : ଗଞ୍ଜାମ ଫେରିଲେ ସୁରତରେ ଫସିଥିବା ପ୍ରବାସୀ ଓଡ଼ିଆ । ମଙ୍ଗଳବାର ସୁରଟରୁ ବାହାରିଥିବା ୩ଟି ବସ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମରେ ପହଁଚିଥିଲା। ୧୦୮ ଜଣ ଓଡିଆଙ୍କୁ ନେଇ ଆସିଥିବା ତିନୋଟି ବସ ରାତି ପ୍ରାୟ ୨.୩୦ ମିନିଟ ସମୟରେ ଆସିକାରେ ପହଁଚିଥିଲା। ପୋଲିସ ଓ ପ୍ରଶାସନ ପକ୍ଷରୁ ଆସିକା ନିକଟସ୍ଥ ଡି.ପଲ ସ୍କୁଲଠାରେ ସମସ୍ତଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ସେମାନଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ରହିବା କିଟ ପ୍ରଦାନ କରାଯାଇଛି। ୩ଟି ବସରେ ଆସିଥିବା ୯୮ ପୁରୁଷ ଓ ୧୦ ମହିଳା ଯାତ୍ରି ସମସ୍ତେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ପୁରୁଷୋତ୍ତମପୁର ଓ ଜଗନ୍ନାଥପ୍ରସାଦ ଅଂଚଳର ବୋଲି ଜଣାପଡିଛି। ତେବେ ସେମାନଙ୍କ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିବା ଆସିକା ବିଡିଓ ସୁଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.