ଭୁବନେଶ୍ୱର, କଟକ ପୌରାଞ୍ଚଳରେ ଦୋକାନ ଖୋଲିବା ପାଇଁ ଗାଇଡ୍‌ ଲାଇନ୍ ଜାରି, ଜାଣି ରଖନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ଭୁବନେଶ୍ୱର, କଟକ ପୌରାଞ୍ଚଳରେ ଦୋକାନ ଖୋଲିବା ପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଛି କମିଶନରେଟ ପୋଲିସ । ଆସନ୍ତୁ ଜାଣିବା କଣ ରହିଛି ସବୁ ନିୟମ :

-ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନିୟମ ମାନିବେ ।

-ଅନୁମତି ମିଳିନଥିବା ଦୋକାନ ଖୋଲିବ ନାହିଁ ।

-ଦୋକାନରେ ଦୁଇ ଜଣ ବ୍ୟକ୍ତିଙ୍କ ଭିତରେ ୬ ଫୁଟ ଦୂରତା ରହିବ ।

-ନିର୍ଦ୍ଧାରିତ ସମୟ ମଧ୍ୟରେ ଦୋକାନ ଖୋଲିବ ।

-ନିୟମ ନମାନିଲେ ଗ୍ରାହକ ମଧ୍ୟ ଦଣ୍ଡିତ ହେବେ ।

-ଦୋକାନ ମାଲିକ ଓ କର୍ମଚାରୀ ମାସ୍କ ପିନ୍ଧିବେ । ବିନା ମାସ୍କରେ ଦୋକାନକୁ ପ୍ରବେଶ ନିଷେଧ ।

-ବଜାରକୁ ଗୁଟ୍‌ଖା,ପାନ ଖାଇ କେହି ଯିବେ ନାହିଁ ।

-ସାର୍ବଜନୀକ ସ୍ଥାନରେ ଛେପ ପକାଇବା ମନା ।

-ପ୍ରତ୍ୟେକ ଦୋକାନ ହାତ ଧୋଇବା ପାଇଁ ସାନିଟାଇଜର ଦେବେ ।

-କୌଣସି ବ୍ୟକ୍ତି ବଜାର ଅଞ୍ଚଳକୁ ଗୁଟୁଖା, ପାନ ଆଦି ପାଟିରେ ରଖି ଯିବେ ନାହିଁ ଏବଂ ବାହାରେ ଛେପ ପକାଇବେ ନାହିଁ ।

-ନିୟମ ଖିଲାପ ପରେ ଦୋକାନ ବା ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ, କର୍ମଚାରୀ ବା ଗ୍ରାହକଙ୍କୁ ଓଡ଼ିଶା ସହରାଞ୍ଚଳର ଧାରା 96 (D) ଅନୁସାରେ ପାଞ୍ଚ ଶହ ଟଙ୍କା ପର୍ଯନ୍ତ ଜରିମାନା ଦେବାକୁ ପଡିବ ।

-ASI ସ୍ତରୀୟ ଅଧିକାରୀ ଜରିମାନା ଆଦାୟ କରିପାରିବେ ।

-ଆଜିଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.