Below header

ଲଦାଖରେ ପୁଣି ଜଣେ ଓଡ଼ିଆ ପୁଅ ସହିଦ୍, ଯାଜପୁର କ୍ଷେତ୍ରପାଳ ଗାଁରେ ପହଞ୍ଚିବ ମରଶରୀର

ଯାଜପୁର(କେନ୍ୟୁଜ୍): ଲଦାଖରେ ପୁଣି ଜଣେ ଓଡ଼ିଆ ପୁଅ ସହିଦ୍‌। ସହିଦ୍ ଯବାନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗାଁର ଶଶାଙ୍କ ଶେଖର ସାମଲ। ଆଜି ଶଶାଙ୍କଙ୍କ ମରଶରୀର ତାଙ୍କ ଜନ୍ମମାଟିରେ ପହଞ୍ଚିବ। ସେ ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ଥିଲେ। ଗୁରୁବାର ବିଳମ୍ବିତ ରାତିରେ ଫେରୁଥିବାବେଳେ ୩ଶହ ଫୁଟ ଘାଟି ଉପରୁ ଗାଡିଟି ତଳକୁ ଖସି ପଡିଥିଲା।

ଏହି ଗାଡିରେ ଥିବା ଅନ୍ୟ ଯବାନଙ୍କ ସହ ଶଶାଙ୍କ ସହିଦ୍ ହୋଇଥିଲେ। ଏହି ଖବର ମିଳିବା ପରେ ତାଙ୍କ ଗାଁ କ୍ଷେତ୍ରପାଳରେ ଶୋକର ଛାୟା ଖେଳିଯାଇଛି। ୨୦୦୭ରେ ଶଶାଙ୍କ ସେନାରେ ଯୋଗ ଦେଇଥିଲେ। ତାଙ୍କ ଘରେ ବିଧବା ମାଆ, ସ୍ତ୍ରୀ ଓ ୨ବର୍ଷର ପୁଅ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.