ଖୁବଶୀଘ୍ର ଆସୁଛି ‘PK’ ସିକ୍ବେଲ, ଏକାଠି ନଜର ଆସିପାରନ୍ତି ଆମିର ଓ ରଣବୀର

ଆମିର ଖାନ୍ ଓ ରାଜକୁମାର ହିରାନୀଙ୍କ ଯୋଡିର ଦ୍ବିତୀୟ ଫିଲ୍ମ ‘ପିକେ’ ୨୦୧୪ରେ ରିଲିଜ ହୋଇଥିଲା। ଯାହା ବ୍ଲକବଷ୍ଟର ଥିଲା । ଫିଲ୍ମର କ୍ଲାଇମାକ୍ସରେ ଆମିର ପୃଥିବୀକୁ ଫେରିଛନ୍ତି ଏବଂ ରଣବୀର କପୁର ତାଙ୍କ ସହ ତାଙ୍କ ସାଥୀ ଭାବରେ ନଜର ଆସିଥିଲେ। ଏହାକୁ ଦେଖି ପ୍ରଶଂସକ ଭାବୁଥିଲେ କି, ପିକେର ସିକ୍ବେଲ ନିଶ୍ଚିତ ଭାବେ ଆସିବ ଆଉ ସେଥିରେ ରଣବୀର କପୁର ନଜର ଆସିବେ। ଫ୍ଯାନ ଏହି ଦୁହିଁଙ୍କୁ ଏକାଠି ଦେଖିବାକୁ ଇଚ୍ଛା କରୁଥିଲେ। ଏବେ ଫ୍ଯାନଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। କାରଣ ନିର୍ମାତା ବିଦୁ ବିନୋଦ ଚୋପ୍ରା ଏହା ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି ।

ଏହି ଫିଲ୍ମର ସିକ୍ୱେଲକୁ ଅପେକ୍ଷା କରିଥିବା ପ୍ରଶଂସକମାନେ ଏହି ଖବର ଶୁଣିବା ପରେ ଖୁସି ହୋଇପାରନ୍ତି । ନିର୍ମାତା ବିଦୁ ବିନୋଦ ଚୋପ୍ରା ତାଙ୍କ ପ୍ରଶଂସକଙ୍କ ଇଚ୍ଛା ପୂରଣ କରିବେ । ଏହି ବିଷୟରେ ଫିଲ୍ମ ନିର୍ମାତା କହିଛନ୍ତି, ‘ଆମେ ଏହାର ସିକ୍ୱେଲ ପ୍ରସ୍ତୁତ କରିବୁ ।

ବିଦୁ ଆହୁରି କହିଛନ୍ତି, ‘ଆମେ ଟଙ୍କା ରୋଜଗାରର ବ୍ୟବସାୟରେ ନାହୁଁ, ସିନେମା ତିଆରି କରିବାର ବ୍ୟବସାୟରେ ଅଛୁ । ସୂଚନାଯୋଗ୍ଯ, ହିରାନୀଙ୍କ ସହିତ ‘ସଂଜୁ’ରେ ରଣବୀର କାମ କରିସାରିଛନ୍ତି। ଯାହା ବକ୍ସ ଅଫିସରେ ସୁପରହିଟ୍ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.