Below header

ମିଶନ୍ ଗଗନାୟନ: ଓଡିଶାରୁ ମନୋନିତ ହୋଇଥିବା ୱିଙ୍ଗ କମାଣ୍ଡର ନିଖିଲ ରଥ ଋଷିଆରେ ସାରିଲେ ପ୍ରାଥମିକ ପର୍ଯ୍ୟାୟଟ୍ରେନିଂ

କେନ୍ୟୁଜ୍(ବ୍ୟୁରୋ): ଭାରତର ପ୍ରଥମ ମାନବ ମହାକାଶ ମିଶନ-ଗଗନାୟାନ ପାଇଁ ଋଷିଆରେ ପ୍ରାଥମିକ ପର୍ଯ୍ୟାୟଟ୍ରେନିଂ ନେଇଛନ୍ତି ୱିଙ୍ଗ କମାଣ୍ଡର ନିଖିଲ ରଥ । ଋଷିଆର ଗାଗରିନ ମହାକାଶଚାରୀ ଟ୍ରେନିଂ ସେଣ୍ଟରରେ ତାଙ୍କର ପ୍ରଥମ ପର୍ଯ୍ୟାୟ ତାଲିମ ଶେଷ ହୋଇଛି । ଗଗନାୟନ ପାଇଁ ଗତ ସେପ୍ଟେମ୍ବରରେ ଇସ୍ରୋ ପକ୍ଷରୁ ପ୍ରଥମେ ୨୫ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଥିଲା । ଚୂଡ଼ାନ୍ତ ତାଲକାରେ ୱିଙ୍ଗ କମାଣ୍ଡର ନିଖିଲଙ୍କ ସମେତ ୪ ଜଣ ସ୍ଥାନ ପାଇଛନ୍ତି ।

mission gagannayan

ବାୟୁସେନାର ୱିଙ୍ଗ କମାଣ୍ଡର ନିଖିଲଙ୍କର ଘର ବଲାଙ୍ଗୀରରେ । ସେ ୨୦୦୩ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ।  ଅନ୍ତରୀକ୍ଷ ମିଶନ ଯିବାରେ ସେ ହେବେ ପ୍ରଥମ ଓଡ଼ିଆ ପାଇଲଟ ।  ଆସନ୍ତା ବର୍ଷ ପ୍ରଥମ ତ୍ରୈମାସିକ ସୁଦ୍ଧା ମହାକାଶଚାରୀଙ୍କର ସମସ୍ତ ଟ୍ରେନିଂ ଶେଷ ହେବ । ଆସନ୍ତା ୨୦୨୨ରେ ଗଗନାୟନ ମିଶନ ପାଇଁ ଇସ୍ରୋର ପ୍ରସ୍ତୁତି ଚଳାଇଛି । ସାତ ଦିନିଆ ମିଶନରେ ୪ ଜଣ ମହାକାଶଚାରୀ ଯିବେ । ପୂର୍ବରୁ ଆମେରିକା, ଋଷିଆ  ଓ ଚୀନ ଅନ୍ତରୀକ୍ଷକୁ ମହାକାଶଚାରୀଙ୍କୁ ପଠାଇସାରିଛନ୍ତି । ଏକ୍ଷେତ୍ରରେ ଭାରତର ମିଶନ ସଫଳ ହେଲେ ଏହା ବିଶ୍ୱର ଚତୁର୍ଥ ରାଷ୍ଟ୍ରର ଗୌରବ ହାସଲ କରିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.