Below header

ଫେକ୍‌ ସୋସିଆଲ୍‌ ମିଡିଆରେ ଲାଇକ୍‌ସ୍‌ ଓ ଫଲୋରସ୍‌ ପାଇଁ ବଲିଉଡ୍‌ର ଏହି ଗାୟକ ଦେଇଥିଲେ ୭୫ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ରହିଛି ଭିତିରି କାହାଣୀ

ମୁମ୍ବାଇ : ଫେକ୍‌ ସୋସିଆଲ ମଡିଆ ମାଧ୍ୟମରେ ନିଜର ଲାଇକ୍‌ ଓ ଫଲୋରସ୍‌ ବଢ଼ାଇବା ପାଇଁ ମୁମ୍ବାଇର ବହୁ ନାମୀ ଦାମୀ କଳାକାର ଏବେ ପୋଲିସର ତଦନ୍ତ ପରିସରକୁ ଆସିଛନ୍ତି । ମୁମ୍ବାଇ ପୋଲିସ ଏ ଦିଗରେ ତଦନ୍ତ କରି ପ୍ରାୟ ୨୦ ଜଣ ନାମୀଦାମୀ କଳାକାରଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ।

ସେମାନଙ୍କ ମଧ୍ୟରୁ ଖ୍ୟାତନାମା ର‍୍ୟାପ୍‌ର ବାଦ୍‌ଶାହାଙ୍କୁ ମୁମ୍ବାଇ କ୍ରାଇମ୍‌ ଇଣ୍ଟେଲିଜେନ୍ସ ୟୁନିଟ୍‌(ସିଆଇୟୁ) ଶୁକ୍ରବାର ୧୦ ଘଣ୍ଟା ମାରାଥନ୍‌ ଜେରା କରିଛି । ନିଜର ମ୍ୟୁଜିକ୍‌ ଆଲ୍‌ବମକୁ ଫେକ୍‌ ଲାଇକ୍‌ସ ଓ ଫଲୋରସ୍‌ କରିବା ପାଇଁ ସେ ୭୫ ଲକ୍ଷ ଟଙ୍କା ଦେଇଥିବା ପୋଲିସ୍‌ ଆଗରେ ମାନିଛନ୍ତି । ଶନିବାର ଜେରା ପରେ ତାଙ୍କୁ ପୁଣି ଥରେ ରବିବାର ସମନ୍‌ କରାଯାଇ ପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

badsaha.jpg-0

ବଲିଉଡ୍‌ର ପ୍ରଚ୍ଛଦ ଗାୟକ ଭୁମୀ ତ୍ରିବେଦୀଙ୍କ ଅଭିଯୋଗ ପରେ ମୁମ୍ବାଇ ପୋଲିସ ଜୁଲାଇ ୧୪ ତାରିଖରେ ଏହାର ତଦନ୍ତ ଆରମ୍ଭ କରିଥିଲା । କିଛି ସେଲିବ୍ରେଟି ଫେକ୍‌ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ୍‌ ବ୍ୟବହାର କରି ମନୋରଞ୍ଜନ ଇଣ୍ଡଷ୍ଟ୍ରିଜରେ ନିଜର ଚାହିଦା ବଢ଼ାଉଛନ୍ତି ବୋଲି ଭୁମୀ ତ୍ରିବେଦୀ ଅଭିଯୋଗ କରିଥିଲେ । ଫଳରେ ସିଆଇୟୁ ଏହି ବିରାଟ ଦୁର୍ନୀତିର ପରଦା ଫାସ କରିଛି ।

ପୋଲିସ ଏହି ଅଭିଯୋଗକୁ ଭିତ୍ତିକରି ସାରା ଦେଶରେ ୧୦୦ ସୋସିଆଲ୍‌ ମିଡିଆ ମାର୍କେଟିଙ୍ଗ୍‌ ଫାର୍ମସ୍‌ ଓ ୫୪ ଟି ପୋର୍ଟାଲ ଉପରେ ତଦନ୍ତ ଜାରି ରଖିଛି । ଯେଉଁମାନେ ଟିକ୍‌ଟକ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଆଦି ବିଭିନ୍ନ ସୋସିଆଲ୍‌ ମିଡିଆରେ ଏଭଳି ଫେକ୍‌ ଫଲୋରସ୍‌ ବଢ଼ାଇ ଉଡା ଖବରର ହଇଚଇ ସୃଷ୍ଟି କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.