ଖୋର୍ଦ୍ଧା: ବାଣପୁରରେ ବଢୁଛି କରୋନା, ବ୍ଲକ୍ ଓ ଏନଏସିକୁ ସଟଡାଉନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ପ୍ରଶାସନର ଅପିଲ

ଟାଙ୍ଗୀ(କେନ୍ୟୁଜ୍):  ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।   ଯଦି ଏହିପରି ଆକ୍ରାନ୍ତ ବଢୁଥିବେ ତାହାଲେ ଅଳ୍ପ ଦିନ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ନମ୍ବର ହଟସ୍ପଷ୍ଟ ଜିଲ୍ଲା ଭାବେ ପରିଗଣିତ ହେବ ବୋଲି ଜନସାଧାରଣରେ ଆଲୋଚନା ଚାଲିଛି। ଅନୁରୂପ ଭାବେ ଚିଲିକା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବରେ ବଢିବାରେ ଲାଗିଛି । ବାଣପୁରରେ ଆଜି ସକାଳ ସୁଦ୍ଧା ୫୫ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ କେବଳ ବାଣପୁର ଏନ.ଏ.ସି ରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଯାହା ସ୍ଥାନୀୟ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ସାଜିଛି ।

banpur admin

ବାଣପୁର ଅଞ୍ଚଳର ଜନ ସାଧାରଣଙ୍କ ସୁରକ୍ଷା ପାଇଁ ୭ ଦିନ ପାଇଁ ସଟଡାଉନର ଆବଶ୍ୟକତା ରହିଛି।  ତେଣୁ ବାଣପୁର ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ଅଧିକାରୀ ମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ କରୋନା ଏବେ ଆଉଟ୍ ଅଫ୍ କଣ୍ଟ୍ରୋଲ ଅବସ୍ଥାରେ ପହଞ୍ଚି ଗଲାଣି ତେଣୁ ଏଥିରେ ସୁଧାର ଆସିବାକୁ ହେଲେ ବାଣପୁର ଅଞ୍ଚଳକୁ ସଟଡାଉନ୍ କରିବା ପରେ ସମସ୍ତ ସୀମା ସିଲ କରି ସଂପୂର୍ଣ୍ଣ ଅଞ୍ଚଳର ବିଶୋଧନ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହଯୋଗ ମଗାଯାଇଛି ।

ଆସନ୍ତା ୧୨ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ବାଣପୁର ସଟ୍ ଡାଉନ୍ ହେବା ପାଇଁ ସମସ୍ତ ଅଧିକାରୀଙ୍କ ସ୍ୱାକ୍ଷରିତ ଏକ ଚିଠି ବାଣପୁର ପଞ୍ଚାୟତ ସମିତି  ତରଫରୁ  ଜିଲ୍ଲାପାଳଙ୍କୁ ପ୍ରେରିତ କରାଇଛି । ଏବେ ଜିଲ୍ଲାପାଳଙ୍କ ମଞ୍ଜୁରୀ  ଅପେକ୍ଷାରେ ଅଛନ୍ତି ସ୍ଥାନୀୟ ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.