Below header

ଟଙ୍କା ପାଇଁ ଓଡ଼ିଆ ଯୁବକଙ୍କୁ ସୁରତରେ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

ସୋର(କେନ୍ୟୁଜ୍): ଟଙ୍କା ପାଇଁ ଓଡ଼ିଆ ଯୁବକକୁ ସୁରତରେ ହତ୍ୟା । ଟଙ୍କା ପାଇଁ ସହକର୍ମୀ ମାନେ ହତ୍ୟା କରିଥିବା ନେଇ ସୂଚନା । ସୁରତର ମାଗଡାଲା କ୍ରସ ରୋଡ଼ ନିକଟରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲ ’MARIDIEN’ କେସିୟରଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ଗତ ସୋମବାର ଦିନ କମ୍ପ୍ଲେକ୍ସର ତଳ ମହଲାରୁ ଏକ ବ୍ଯାଗରେ ତାଙ୍କ ମୃତଦେହ ଠାବ କରାଯାଇଥିଲା । ମୃତକ ଜଣକ ବାଲେଶ୍ୱରର ଜୀବନ ରାଉତ । ଘଟଣାରୁ ଯାହା ଜଣା ପଡ଼ିଛି ଜୀବନ ସେଇ ହୋଟେଲର କ୍ଯରସିୟର ଭାବେ ଦୀର୍ଘ ଦିନ ଧରି କାର୍ଯ୍ଯରତ ଥିଲେ । ସେ ଗତ ସମୋବାର ଦିନ ହୋଟେଲର ୨୩ ଲକ୍ଷ ଟଙ୍କା ଏକ ହ୍ଯାଣ୍ଡ ବ୍ଯାଗରେ ଭରି ବ୍ଯାଙ୍କରେ ଡିପୋଜିଟ୍ କରିବାକୁ ଯାଉଥିଲେ।

ଏହି ସମୟ ରେ କିଛି ଦୁର୍ବୃତ୍ତ ତାଙ୍କ ପିଛା କରି ତାଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାଫଳରେ ସେମାନଙ୍କ  ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଦୁର୍ବୃତ୍ତ ମାନେ ଧାରୁଆ ଅସ୍ତ୍ର ସହିତ ଜୀବନଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ଠାରୁ ଟଙ୍କା ବ୍ଯାଗ ଛଡ଼ାଇ ନେଇଥିଲେ। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହୋଟେଲ ଅନ୍ଯ କର୍ମଚାରୀ ମାନଙ୍କୁ ପଚାରିବାରୁ ହୋଟେଲର ସହକାରୀ କ୍ଯାସିୟର ଓ କିଛି ସହଯୋଗୀ ମାନେ ମିଶି ଟଙ୍କା ଲୋଭରେ ହତ୍ୟା କରିଥିବା ନେଇ ପୋଲିସ୍ ଆଗରେ ମାନିଥିଲେ । ପୋଲିସ୍ ସେମାନଙ୍କୁ ଗିରଫ କରି ସେମାନଙ୍କଠାରୁ ୪ଲକ୍ଷ ୫୦ ହଜାର ଟଙ୍କା ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ଜୀବନଙ୍କ ମୃତଦେହ ଗ୍ରାମରେ ପହଁଚିବା ପରେ ଶୋକାକୂଳ ପରିଶେ ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.