ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ , ହୋଇପାରେ ଏହି ଗମ୍ଭୀର ସମସ୍ୟା

ପାଣି ପିଇବା ଶରୀର ଏବଂ ସ୍ବାସ୍ଥ୍ୟ ପାଇଁ ନିହାତି ଜରୁରୀ । ଶରୀରରେ ପାଣି କମ୍ ହୋଇଗଲେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ତେଣୁ ପ୍ରତିଦିନ ୮ ରୁ ୧୦ ଗ୍ଲାସ୍ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଗ୍ଲାସ୍ ପାଣି ପିଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ ।

ଆମ ସ୍ବାସ୍ଥ୍ୟ ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପ୍ରତିଦିନ ୩ରୁ ୪ ଲିଟର ପାଣି ପିଇବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ଖାଇବା ସମୟରେ ପାନୀୟ ଜଳକୁ ପିଇବା ଅନୁଚିତ୍, ଖାଇବା ପରେ କିମ୍ବା ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ବାରା ଏସିଡିଟି, ପେଟ ଫୁଲିବା ସମସ୍ୟା ସୃଷ୍ଟି ହୋଇଥାଏ । ଯେଉଁ ଲୋକମାନେ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଅନ୍ତି ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ।

ଡାକ୍ତରଙ୍କ କହିବା ଅନୁସାରେ ଖାଇବା ସମୟରେ ପାଣି ପିଇବା ଅନୁଚିତ୍, ଖାଇବା ପରେ କିମ୍ବା ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ବାରା ଏସିଡିଟି, ପେଟ ଫୁଲିବା ସମସ୍ୟା ହୋଇଥାଏ ।

ଏକ୍ସପର୍ଟଙ୍କ ସୂଚନା ଅନୁଯାୟୀ ଆମର ପାଚନଶକ୍ତିକୁ ଖାଦ୍ୟ ହଜମ କରିବା ପାଇଁ ପାଖାପାଖି ୨ ଘଣ୍ଟା ଲାଗିଥାଏ ଆଉ ଯଦି ସେହି ସମୟରେ ପାଣି ପିଅନ୍ତି ତେବେ ଆପଣଙ୍କ ହଜମଶକ୍ତି ଉପରେ ପ୍ରଭାବ ପକାଇଥାଏ । ସେଥିପାଇଁ ଖାଦ୍ୟ ଖାଇବା ପରେ ପାଖାପାଖି ୪୫ ରୁ ୬୦ ମିନିଟ୍ ପରେ ପାଣି ପିଇବା ଉଚିତ୍ । ଏହା ମଧ୍ୟରେ ମନେ ରଖନ୍ତୁ ଯେ ଖାଦ୍ୟ ଖାଇବା ପୂର୍ବରୁ ଅଧ ଘଣ୍ଟା ପୂର୍ବରୁ ପାଣି ପିଇ ନିଅନ୍ତୁ ।

ସଠିକ୍ ପରିମାଣର ପାଣି ପିଇଲେ ଅନେକ ଲାଭ ହୋଇଥାଏ । ତାହା ମଧ୍ୟରୁ ଗୋଟିଏ ହେଉଛି ଏହା ଆପଣଙ୍କୁ ବ୍ୟାୟାମରେ ସାହାଯ୍ୟ କରିଥାଏ । ମାଂସପେଶୀକୁ ଠିକ୍ ଭାବରେ କାମ କରିବା ପାଇଁ ସୋଡିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମର ଉତ୍ତମ ସନ୍ତୁଳନ ରହିବା ଅବଶ୍ୟକତା ଥାଏ। ଆଉ ଉଚିତ୍ ହାଇଡ୍ରେସନ୍ ବିନା ଏହା ସମ୍ଭବ ହୋଇନଥାଏ । ତେଣୁ ବ୍ୟାୟାମ୍ ପୂର୍ବରୁ ହାଇଡ୍ରେଟେଡ୍ ରହିବା ପାଇଁ ଦୈନିକ ୮ ଗ୍ଲାସ୍ ପାଣି ପିଇବା ନିହାତି ଜରୁରୀ ।

ଏବେ ଜାଣନ୍ତୁ ଠିକ ସମୟରେ ପାଣି ପିିଇବାର ଉପକାରିତା:

– ଖାଦ୍ୟ ଖାଇବାର ୧ ଘଣ୍ଟା ପରେ ପାଣି ପିଇବା ଦ୍ବାରା ଓଜନକୁ ନିୟନ୍ତ୍ରଣରେ ରଖେ ।
-ଠିକ୍ ସମୟରେ ପାଣି ପିଇବା ଦ୍ବାରା ହଜମ ପ୍ରକ୍ରିୟା ଠିକ୍ ରହେ ଏହା ସହ ପାଚନ ଶକ୍ତିକୁ ମଜବୁତ ହୁଏ।
– ପେଟରେ ଗ୍ୟାସ୍ ଏବଂ ଏସିଡିଟି ସମସ୍ୟା ଦୂର ହୁଏ ।
-ଶରୀର ଖାଦ୍ୟର ପୋଷକ ତତ୍ତ୍ବକୁ ଭଲ ଭାବରେ ଗ୍ରହଣ କରିଥାଏ ।
– ଠିକ୍ ସମୟରେ ପାଣି ପିଇବା ଦ୍ବାରା ଶୁଖଦ ନିଦ୍ରା ଆସିଥାଏ ।

ଏବେ ଜାଣନ୍ତୁ ଖାଦ୍ୟ ଖାଇବା ପରେ ତୁରନ୍ତୁ ପାଣି ପିଇଲେ କେଉଁ ସମସ୍ୟା ହୁଏ:

-ମୋଟାପଣ ସମସ୍ୟା
– ହଜମ ପ୍ରକ୍ରିୟା ସମସ୍ୟା
– ମଧୁମେହ ବା ରକ୍ତରେ ଶର୍କରା ସ୍ତରର ସମସ୍ୟା
-ପେଟରେ ଗ୍ୟାସ ହେବା ସମସ୍ୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.