ବାଙ୍ଗାଲୋରକୁ ୨୯ ରନରେ ହରାଇ ଚଳିତ ଆଇପିଏଲ୍‌ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରାଜସ୍ଥାନ ରୟାଲ୍ସ

କେନ୍ୟୁଜ୍: ଆଇପିଏଲରେ ରାଜସ୍ଥାନ ରୟାଲ୍ସର ରାଜୁତି । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୨୯ ରନରେ ହରାଇ ଚଳିତ ଆଇପିଏଲ୍‌ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉଠିଛି ରାଜସ୍ଥାନ ରୟାଲ୍ସ । ଗତକାଲି ରାଜସ୍ଥାନର ୧୪୫ ରନ ଟାର୍ଗେଟକୁ ପିଛା କରୁଥିବା ବାଙ୍ଗାଲୋର ୧୧୫ ରନରେ ଅଲଆଉଟ ହୋଇ ୯ଟି ମ୍ୟାଚରେ ଚତୁର୍ଥ ପରାଜୟ ବରଣ କରିଛି ।

ଏପଟେ ରାଜସ୍ଥାନ ୮ଟି ମ୍ୟାଚରୁ ଛଅଟିରେ ବାଜି ମାରିଛି । ଟସ୍‌ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା ବାଙ୍ଗାଲୋର । ରାଜସ୍ଥାନ ପକ୍ଷରୁ ରିଆନ ପରାଗ ୫୬ ରନ କରିଥିଲେ । ଜବାବରେ ରାଜସ୍ଥାନର ଘାତକ ବୋଲିଂର ସାମ୍ନା କରିପାରିନଥିଲା ବାଙ୍ଗାଲୋର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.