ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ସୁରକ୍ଷା ବଳୟରେ ବିଧାନସଭା। ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା। ମୁତୟନ ରହିବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ, ଦୁଇ ପ୍ଲାଟୁନ ଷ୍ଟ୍ରାଇକିଂ ଫୋର୍ସ, ୨ ୟୁନିଟ ଏସଟିୟୁ, ୭ ସେକ୍ସନ କ୍ୟୁଏଟି, ଶହେରୁ ଅଧିକ ପୋଲିସ ଅଧିକାରୀ । ନିଜେ ଡିସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ବିଧାନସଭା ଚାରିପଟେ ଅହୋରାତ୍ର ଜଗି ରହିବେ ସଶସ୍ତ୍ର ସୁରକ୍ଷା ବାହିନୀ। ବିଧାନସଭା ପ୍ରବେଶ ପଥରେ ଦୁଇଟି ଚେକ ପୋଷ୍ଟ କରାଯାଇଛି। ତିନିଟି ଅସ୍ଥାୟୀ କଣ୍ଟ୍ରୋଲ ରୁମ ରହିବ। ବିକ୍ଷୋଭ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ ସ୍ଥାନକୁ ସିସିଟିଭିର କଡା ନଜର ମଧ୍ୟରେ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.