୫୦ ହଜାରର Hero Splendor ବାଇକ୍‌ର ଦାମ ହୋଇଗଲା ୪ ଗୁଣ, ବାଇକ୍‌କୁ ଯୁବକ ଦେଲେ ଏଭଳି ଲୁକ୍‌

Hero Splendor ବାଇକ୍‌ ହେଉଛି ସାଧାରଣ ଲୋକଙ୍କ ବାଇକ୍‌। ଏହାକୁ କୌଣସି ସାଧାରଣବର୍ଗ ବ୍ୟକ୍ତି କିଣିପାରିବ। ଏହାର ବଜେଟ ମଧ୍ୟ ବହୁତ କମ୍‌। କିନ୍ତୁ ଏହି ବାଇକ୍‌କୁ ମୋଡିଫାଏ କରି ଏପରି ପାଓ୍ଵାରଫୁଲ ସ୍ପୋର୍ଟ ବାଇକ୍‌ କରିବା କଥା କେହି ଭାବିନଥିବେ। କିନ୍ତୁ ଏହି ବାଇକକୁ ୨ ଲକ୍ଷ ଖର୍ଚ୍ଚ କରି ମୋଡିଫିକେସନ କରି ଏକ ଅଦ୍ଭୁତ ଲୁକ୍‌ ଦେଇଛନ୍ତି ଜଣେ ଯୁବକ।

splendor

ଫୈଜଲ ଶେଖ୍‌ ନାମକ ଜଣେ ଯୁବକ ଦୁଇଟି Hero Splendor ବାଇକ୍‌କୁ ମୋଡିଫାଏ କରିଛନ୍ତି। ଆପଣ ମଧ୍ୟ ଏହି ଦୁଇଟି ବାଇକ୍‌କୁ ଦେଖି ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଗୋଟେ ବାଇକ୍‌ର ଫ୍ରଣ୍ଟ ସାଧାରଣ ଲୁକ୍‌ ରହିଥିବା ବେଳେ ଅନ୍ୟ ବାଇକ୍‌ର ଫ୍ରଣ୍ଟ ମଣିଷର ଖପୁରୀ ପରି ହେଡଲାଇଟ୍‌ରେ ସଜାଇ ଯାଇଛି। ଏହି ଖପୁରୀରେ ଦୁଇଟି ନାଲି ଲାଇଟ ଏବଂ ଧଳା ଲାଇଟ ଲଗାଯାଇଛି। ଏହାର ଭିଡିଓ ଏବେ ୟୁଟ୍ୟୁବରେ ଅପଲୋଡ କରାଯାଇଛି।

video courtesy : Master butter

ଏହି ବାଇକ ଦୁଇଟିକୁ କଷ୍ଟମ ସାଇଲେନ୍ସରର ପ୍ରୟୋଗ କରାଯାଇଛି, ଯାହା ଅଧିକ ଶବ୍ଦ ମଧ୍ୟ ସୃଷ୍ଟି କରୁଛି। ଏହାଛଡା ଏଥିରେ pulsar 220 ର ସିଙ୍ଗଲ ସିଟ୍‌ ଲଗାଯାଇଛି। ଏହାସହ ବାଇକ୍‌ରେ ସାଇଡ ପ୍ୟାନେଲକୁ pulsar ପୁରୁଣା ମଡେଲରୁ ପ୍ରେରିତ ହୋଇ ଡିଜାଇନ କରାଯାଇଛି। ବାଇକ୍‌ରେ ଚଉଡା ଟାୟାର ଲଗାଯାଇଛି। ବାଇକ୍‌କୁ ସ୍ପୋଟି ଲୁକ୍‌ ଦେବା ପାଇଁ ହ୍ଵାଇଟ୍‌ ଏବଂ ଅରେଞ୍ଜ କଲର ମଧ୍ୟ କରାଯାଇଛି। ଯାହା KTM Duke ବାଇକ୍‌ ଭଳି ଦେଖାଯାଉଛି।