Below header

ରାଜ୍ୟ କ୍ୟାବିନେଟ୍‌ରେ ହେଲା ନିଷ୍ପତ୍ତି, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର

କେନ୍ୟୁଜ୍ (ବ୍ୟୁରୋ):ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ଆଡଭୋକେଟ ଜେନେରାଲ ରଥଯାତ୍ରା ସଂପର୍କରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ କ୍ୟାବିନେଟକୁ ଅବଗତ କରାଇଥିଲେ। ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀର ଅନୁପାଳନ ସହ ପଦକ୍ଷେପ ନେବାକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସୂଚନା ଦିଆଯାଇଛି। ଏହା ସହ ବିଭିନ୍ନ ଜିଲ୍ଲାରେ ପରିଚାଳନା କମିଟି ଓ ଅନୁଷ୍ଠାନ ଯେପରି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ତାକୁ ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

cabinet2

ଭାରତ ସରକାରଙ୍କ ୩୦ ମେ’ ଓ ରାଜ୍ୟ ସରକାରଙ୍କ ଜୁନ ୧ ତାରିଖ ନିର୍ଦ୍ଦେଶ ଏବଂ କୋଭିଡ ୧୯ ପରିଚାଳନା ପାଇଁ ରାଷ୍ଟ୍ରୀୟ ସ୍ତରରେ ସମସ୍ତ ନିର୍ଦ୍ଦେଶାବଳୀର ଦୃଢ ଅନୁପାଳନ ସହ କାର୍ଯ୍ୟକାରୀ କରାଯିବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପାଳନ ପାଇଁ ପ୍ରସ୍ତାବ ଆଣିଥିଲେ ଆଇନ ମନ୍ତ୍ରୀ । ପରେ ନିର୍ଦ୍ଦେଶ ପାଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିରେ ଆଡଭୋକେଟ୍‌ ଜେନେରାଲ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ସଭାପତି ଓ ଉନ୍ନୟନ କମିଶନର ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ଆରମ୍ଭରେ ଗଲୱାନ ଉପତ୍ୟାକାରେ ରାଜ୍ୟର ସହିଦ ହୋଇଥିବା ଦୁଇ ବୀର ସୈନିକଙ୍କ ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.