Below header

ଚୀନ୍ ଆମିଷ ମାର୍କେଟ୍‌ରେ ପୁଣି କରୋନା ଭୟ, ସବୁ ସି-ଫିଡ୍‌ରେ ବ୍ୟାପକ ଭାଇରସ୍ ଥିବା ସୂଚନା

ବେଜିଂ : ଚୀନ୍ ରାଜଧାନୀ ବେଜିଂ ମାର୍କେଟ୍‌ରେ କରୋନା ଭାଇରସ୍‌ର ଆତଙ୍କ । ଏଠାରେ ଥିବା ଆମିଷ ବଜାରରେ କରୋନା ଭାଇରସ୍ ଚିହ୍ନଟ ହୋଇଛି । ଜିନ୍‌ଫାଡି ଫୁଡ୍ ସେଣ୍ଟର ସ୍ଥିତ ବିଶାଳ ସାମୁଦ୍ରିକ ମାଛ ମାର୍କେଟ୍‌ରେ ବିକ୍ରି ହେଉଥିବା ସି-ଫୁଡ୍‌ରେ କରୋନା ଭାଇରସ୍ ଥିବାର ଜଣାପଡ଼ିଛି । ଏଠାରୁ ପ୍ରାୟ ଶହେ ଜଣ ସଂକ୍ରମିତ ହୋଇଥିବା ମଧ୍ୟ କୁହାଯାଉଛି ।
ଏଠାରେ କାମ କରୁଥିବା ଅନ୍ୟ ରୋଗରେ ପୀଡ଼ିତ କିଛି ବ୍ୟକ୍ତିଙ୍କୁ ପ୍ରଥମେ କରୋନା ଭାଇରସ୍ ଆକ୍ରମଣ କରିଛି । ଏ ସମ୍ପର୍କରେ ଚୀନ୍‌ର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ସେଣ୍ଟରର ମୁଖ୍ୟ ସୂଚନା ଦେଇଛନ୍ତି ।
ପ୍ରାୟ ୧୬୦ଟି ଫୁଟ୍‌ବଲ୍ ପଡ଼ିଆ ଆକାରର ଏହି ବିଶାଳ ମାର୍କେଟ୍ ଏବେ ଚୀନ୍ ପାଇଁ ବିପଦ ସାଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.