ରେଡ୍ ଡ୍ରାଗନ ବାହିନୀର ଅଚାନକ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିଲେ ଏହି ଯବାନ, ବଖାଣିଲେ ସେହି କାଳ ରାତ୍ରୀର ଘଟଣା

କେନ୍ୟୁଜ୍ (ବ୍ୟୁରୋ): ଚୀନ-ଭାରତ ସହ ସଂଘର୍ଷରେ ଅଳ୍ପକେ ବିର୍ତ୍ତିଯାଇଛନ୍ତି  ସୁରେନ୍ଦ୍ର ସିଂ ନାମକ ଜଣେ ଯବାନ। ଏହା ପରେ  ସେ ବଖାଣିଛନ୍ତି ସେହି ସମୟର ଛାତି ଥରିଲା ଭଳି ଘଟଣା ବିଷୟରେ। ଲଦାଖର ଗାଲଭାନ୍ ଉପତ୍ୟକାରେ ଚୀନ୍ ଏବଂ ଭାରତର  ସୈନିକଙ୍କ  ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଯବାନ ସୁରେନ୍ଦ୍ର ସିଂ ଆହତ ହୋଇଥିଲେ। ତାଙ୍କୁ ଲଦାଖର ସୈନିକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଯେଉଁଠାରେ ସେ ୧୨ ଘଣ୍ଟା ପରେ  ଚେତା ଫେରିପାଇଥିଲେ । ଏହା ପରେ ସେ ଗାଲଭାନ୍ ଭ୍ୟାଲିରେ ଘଟିଥିବା ସମସ୍ତ ଘଟଣା ବିଷୟରେ କହିଛନ୍ତି ।  ପ୍ରଥମ ଥର ପାଇଁ ଜଣେ ଆହତ ବ୍ୟକ୍ତି ଚୀନ୍‌ର ପୁରା ଷଡଯନ୍ତ୍ରର କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି।

ସୁରେନ୍ଦ୍ର ସିଂ କହିଛନ୍ତି ଯେ ଗାଲଭାନ ଉପତ୍ୟକାରୁ  ଆସିଥିବା ନଦୀ ତଟରେ ଚୀନ୍ ସୈନିକମାନେ ଭାରତୀୟ ସୈନିକମାନଙ୍କୁ ହଠାତ ଆକ୍ରମଣ କରିଥିଲେ।  ୪ରୁ ୫ ଘଣ୍ଟା ଧରି  ସୈନିକମାନଙ୍କ ମଧ୍ୟରେ ନଦୀ ତଟରେ  ରକ୍ତାକ୍ତ ସଂଘର୍ଷ ଚାଲିଥିଲା। ସେତେବେଳେ ଭାରତରେ ପ୍ରାୟ ୨୦୦ରୁ ୨୫୦ ସୈନିକ ଉପସ୍ଥିତ ଥିଲେ। ସେତେବେଳେ କିନ୍ତୁ ଚାଇନା ତରଫରୁ ୧୦୦୦ ରୁ ଅଧିକ ସୈନିକ ଉପସ୍ଥିତ ଥିଲେ।

ସୁରେନ୍ଦ୍ର ସିଂ କହିଛନ୍ତି ଯେ ଗାଲଭାନ୍ ଉପତ୍ୟକା ନଦୀର ହାଡଭଙ୍ଗା ଥଣ୍ଡା ପାଣିରେ ଏହି ସଂଗ୍ରାମ ଜାରି ରହିଥିଲା।   ଯେଉଁଠାରେ ଏହି ସଂଘର୍ଷ ଚାଲିଥିଲା ସେହି  ନଦୀ କୂଳରେ କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ଗୋଟିଏ ସ୍ଥାନ ଉଦ୍ଧିଷ୍ଟ ଥିଲା। ତେଣୁ ଭାରତୀୟ ସୈନିକମାନଙ୍କ ନିୟନ୍ତ୍ରଣ କରିବାରେ ବହୁ ଅସୁବିଧା ହୋଇଥିଲା, ନଚେତ୍ ଭାରତୀୟ ସୈନିକମାନେ କେଉଁ ଗୁଣରେ କମ୍ ନଥିଲେ। ଭାରତୀୟ ସୈନିକମାନେ ମଧ୍ୟ ଚୀନ୍  ସୈନିକମାନଙ୍କୁ ଏକ ଭଲ ଶିକ୍ଷା ଦେଇପାରିଥାନ୍ତେ, କିନ୍ତୁ ସେମାନେ ଏକ ଷଡଯନ୍ତ୍ର ଏବଂ ପ୍ରତାରଣା ଦ୍ୱାରା ଆମ ଉପରେ ଆକ୍ରମଣ କରିଥିଲେ।

ସୁରେନ୍ଦ୍ର ସିଂ ଫୋନରେ ପରିବାରକୁ କହିଛନ୍ତି ଯେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ସେ ଲଦାଖର ସୈନିକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଗୋଟିଏ ହାତ ଫ୍ୟାକ୍ଟର୍ ହୋଇଥିବା ବେଳେ ମୁଣ୍ଡରେ ପ୍ରାୟ ୧୨ ରୁ ଅଧିକ ଷ୍ଟିଚ୍ ହୋଇଛି । ଏହି ଘଟଣା ସମ୍ପର୍କରେ ସେ କହିଛନ୍ତି ଯେ ୫ ଫୁଟ ଗଭୀର ପାଣିରେ ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ସଂଗ୍ରାମରେ ମୁଣ୍ଡରେ ଆଘାତ ଲାଗିବା କାରଣଣୁ ସେ ଆହତ ହୋଇଥିଲେ । ପରେ ତାଙ୍କୁ   ଅନ୍ୟ ସୈନିକମାନେ ତାଙ୍କୁ ବାହାରକୁ ନେଇଥିଲେ। ସେତେବେଳେ ପର୍ଯ୍ୟନ୍ତ ସେ  ଚେତାରେ ଥିଲେ, ଏହା ପରେ ସେ ଲଦାଖ ଡାକ୍ତରଖାନା ଆସି ପ୍ରାୟ ୧୨ ଘଣ୍ଟା ପରେ ଚେତାକୁ ଫେରିଥିଲେ। । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସଂଘର୍ଷ  ବେଳେ ତାଙ୍କ ମୋବାଇଲ୍ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ନଦୀ  ପାଣିରେ କେଉଁଠି ପଡିଯାଇଥିଲା।

ସୁରେନ୍ଦ୍ର ସିଂ ରାଜସ୍ଥାନର ଅଲୱାର ଜିଲ୍ଲାର ନୌଗାଁବା ଗାଁର ବାସିନ୍ଦା।  ସୁରେନ୍ଦ୍ରଙ୍କ ଆହତ ଖବର ପାଇବା ପରେ ପରିବାର ଲୋକେ ଚିନ୍ତିତ ଅଛନ୍ତି। କିନ୍ତୁ ଲଦାଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୁରେନ୍ଦ୍ର ସିଂ  ପରିବାର ସଦସ୍ୟଙ୍କ ସହ ଫୋନରେ କଥା ହେବା ପରେ ପରିବାର ଲୋକେ ଆଶ୍ବସ୍ତୀ  ଅନୁଭବ କରିଛନ୍ତି  । ସମସ୍ତ ଆହତ ସୈନିକମାନଙ୍କ ପାଇଁ ଶୀଘ୍ର  ଆରୋଗ୍ୟ କାମନା କରି ସମଗ୍ର  ପରିବାର ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଆହତ ଯବାନ ସୁରେନ୍ଦ୍ର ସିଂଙ୍କ ପତ୍ନୀ ଅଲୱାରର ସୂର୍ଯ୍ୟ ନାଗର ନୂଆ ବସ୍ତିରେ ପିଲାମାନଙ୍କ ସହ ରୁହନ୍ତି। ଆହତ ଯବାନଙ୍କ ପିତାମାତା ଓ ତାଙ୍କ ଭାଇଙ୍କ ପରିବାର ଗାଁରେ ରହୁଛନ୍ତି।

ସୁରେନ୍ଦ୍ର ସିଂ କହିଛନ୍ତି ଯେ  କୌଣସି ଶତ୍ରୁ ଦେଶର ସୈନିକଙ୍କ ସହ ମୁକାବିଲା କରିବାକୁ ଭାରତୀୟ ସୈନିକମାନେ  ସର୍ବଦା ପ୍ରସ୍ତୁତ।   ସୁରେନ୍ଦ୍ର ସିଂଙ୍କ ପିତା ବଲୱନ୍ତ ସିଂ କହିଛନ୍ତି ଯେ ବୁଧବାର ଅପରାହ୍ନରେ ତାଙ୍କୁ ଏକ କଲ ଆସିଥିଲା, ତାଙ୍କୁ କୁହାଯାଇଥିଲା ଯେ ଏହି ଯୁଦ୍ଧରେ ତାଙ୍କ ପୁଅର ମୁଣ୍ଡରେ ଆଘାତ ଲାଗିଛି ଏବଂ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। କିନ୍ତୁ ପରିବାର ମଧ୍ୟ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଭଗବାନଙ୍କ  ନିକଟରେ ପ୍ରାର୍ଥନା କରି କହିଛନ୍ତି ଆହତ ହୋଇଥିବା ପୁଅ ସମେତ ସୈନିକମାନଙ୍କୁ ଖୁବ  ଶୀଘ୍ର ସୁସ୍ଥ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.