Below header

ଅଚାନକ ଜଙ୍ଗଲୀ ନାଳରେ ପାଣି ଆସି ଭାସିଗଲେ ତିନି ଜଣ ନାବାଳକ, ଜଣେ ମୃତ

ନରସିଂହପୁର (କେ ନ୍ୟୁଜ୍‌) : ତିନି ଜଣ ନାବାଳକ ଏକାସାଙ୍ଗରେ ମିଶି ଯାଇଥିଲେ ଘର ସଉଦା ଆଣିବାକୁ । ହେଲେ ଫେରିବା ବେଳେ ଏମିତି ଘଟଣା ଘଟିଲା ଯେ ଜଣକର ଜୀବନ ଚାଲିଗଲା । କଟକ ଜିଲ୍ଲା ନରସିଂହପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେଗେଡା ଗ୍ରାମପଞ୍ଚାୟତ ବାଙ୍କଝର ଗାଁରେ ଘଟିଛି ଏହି ଅଘଟଣ । ତିନି ଜଣ ପିଲା ଘର ପାଇଁ ସଉଦା ଆଣିବାକୁ ପାଖରେ ଥିବା ନୂଆଗାଁକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ହଠାତ ଜଙ୍ଗଲ ନାଳରେ ପାଣି ଆସିଗଲା । ପାଣି ସ୍ରୋତରେ ୩ ଜଣ ଯାକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗଛରେ ଲାଗିଯିବା ଫଳରେ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲା । ତେବେ ପାଣିରେ ବୁଡ଼ି ମୃତ୍ୟୁ ହୋଇ ଯାଇଥିଲା ପାଞ୍ଚ ବର୍ଷର ନରେଶ ଦେହୁରିର ।
ସ୍ଥାନୀୟ ଲୋକେ ତିନି ଜଣକୁ ଗୁରୁତ ଅବସ୍ଥାରେ ଉଦ୍ଧାର କରିଥିଲେ । ପ୍ରଥମେ ସେମାନଙ୍କୁ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ନରେଶକୁ ମୃତ ଘୋଷଣା କରିଥିଲେ । ଏନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.