Below header

ଆରମ୍ଭ ହେଲା ଦେଶରେ ୪୧ କୋଇଲା ଖଣିର କମର୍ସିଆଲ ମାଇନିଂ ବା ବାଣିଜ୍ୟିକ ଖନନ ପାଇଁ ନିଲାମ ପ୍ରକ୍ରିୟା, VC ଜରିଆରେ ପ୍ରଧାନମନ୍ତ୍ରୀ କଲେ ଶୁଭାରମ୍ଭ

କେନ୍ୟୁଜ୍ (ବ୍ୟୁରୋ): ଆରମ୍ଭ ହେଲା ଦେଶରେ ୪୧ କୋଇଲା ଖଣିର କମର୍ସିଆଲ ମାଇନିଂ ବା ବାଣିଜ୍ୟିକ ଖନନ ପାଇଁ ନିଲାମ ପ୍ରକ୍ରିୟା । ଆତ୍ମନିର୍ଭର ଭାରତ ଅଭିଯାନରେ ଭିଡିଓ କନଫରେନ୍‌ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ଦେଶରେ କୋଭିଡ ପରିସ୍ଥିତି ପରେ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନିଲାମ ପରେ ୪୧ଟି କୋଇଲା ଖଣି କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ ଭାବେ ପ୍ରାୟ ୭୦ ହଜାର ଲୋକ ନିଯୁକ୍ତି ପାଇବେ । ସେହିପରି ପରୋକ୍ଷ ଭାବେ ୨ ଲକ୍ଷ ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସମ୍ଭାବନା ସୃଷ୍ଟି ହେବ । ଦେଶରେ ମୋଟ୍‌ କୋଇଲା ଉତ୍ପାଦନର ସଂପୃକ୍ତ କୋଇଲା ଖଣିଗୁଡ଼ିକର ୧୫% ଅବଦାନ ରହିବ । ଏହି ଅବସରରେ ମୋଦି କହିଛନ୍ତି ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରାଇବାକୁ ଏହା ଏକ ବଡ଼ ପଦକ୍ଷେପ ।

ଓଡ଼ିଶାର ୯ଟି କୋଇଲା ଖଣିର କମର୍ସିଆଲ ମାଇନିଂ ନିଲାମ କରାଯିବ । ସେଗୁଡ଼ିକ ହେଲା ଛେଣ୍ଡିପଦା-ୱାନ ଆଣ୍ଡ ଟୁ, ମାଛକଟ୍ଟା ଆଣ୍ଡ ମହାନଦୀ, ରାଧିକାପୁର ଇଷ୍ଟ ଓ ୱେଷ୍ଟ, ବ୍ରାହ୍ମଣବିଲ୍‌ ଏବଂ କରଡ଼ାବାହଲ, କୁରାଲୋଇ(କ) ଉତ୍ତର, ଫୁଲିଝରି ପୂର୍ବ ଓ ପଶ୍ଚିମ କୋଇଲା ଖଣି । ସଂପୃକ୍ତ ୪୧ କୋଇଲା ଖଣି କାର୍ଯ୍ୟକ୍ଷମ ହେଲେ ବାର୍ଷିକ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ ହେବ । ଓଡ଼ିଶା ସରକାରଙ୍କୁ ମିଳିବ ବାର୍ଷିକ ୪ ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ । କୋଇଲା ଖଣି ଗୁଡ଼ିକରେ ମଧ୍ୟ ଶତ ପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ହେବ । ବର୍ତ୍ତମାନ କଂପାନୀଗୁଡ଼ିକ କେନ୍ଦ୍ର ସରକାରଙ୍କ ଠୁ କୋଇଲା କିଣୁଛନ୍ତି । କିନ୍ତୁ କୋଇଲାର କମର୍ସିଆଲ ମାଇନିଂ ଅକ୍ସନ ପରେ ପ୍ରଥମ ଥର କଂପାନୀଗୁଡ଼ିକ ବଜାରରୁ କୋଇଲା କିଣିପାରିବେ ।

କୋଇଲା ଦର ନିର୍ଦ୍ଧାରଣ କରିବ ନାସନାଲ କୋଲ୍‌ ଇଣ୍ଡେକ୍ସ । କୋଲ ଖଣିର କମର୍ସିଆଲ ମାଇନିଂ ଦ୍ୱାରା ଶକ୍ତି, ଷ୍ଟିଲ, ଆଲୁମିନିୟମ ଏବଂ ସ୍ପଞ୍ଜ ଆଇରନ କ୍ଷେତ୍ରକୁ ମଧ୍ୟ ଫାଇଦା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.