Below header

କ୍ରେଡିଟ୍‌ କାର୍ଡ ଲୋନ ପାଇଁ ଅଛନ୍ତି କି ଚିନ୍ତାରେ ! ତେବେ ଏହି ୪ ଟିପ୍ସକୁ କରନ୍ତୁ ଫଲୋ, ସବୁ ସମସ୍ୟା ହୋଇଯିବ ଦୂର

ସହରୀ କ୍ଷେତ୍ରରେ ଯୁବପିଢ଼ୀଙ୍କ ଠାରେ କ୍ରେଡିଟ୍‌ କାର୍ଡ ବହୁତ ଲୋକପ୍ରିୟ ହୋଇଯାଇଛି। କ୍ରେଡିଟ୍‌ କାର୍ଡ ସହଜରେ ମିଳିବା ସହିତ ଲୋକମାନଙ୍କ ପାଖରେ ଯଦି ପାଖରେ ଜବ୍‌ ରହିଛି ଏବଂଭଲ ଦରମା ପାଉଛନ୍ତି। ସେମାନେ ନଗଦ କିଣାକିଣି ନକରି କ୍ରେଡିଟ୍‌ କାର୍ଡ ଜରୀଆରେ କ୍ରୟ କରୁଛନ୍ତି। ତେବେ ଅନେକ ଥର ଏମିତି ହୋଇଥାଏ ଯେ କ୍ରେଡିଟ କାର୍ଡର ଅପବ୍ୟବହାର କାରଣରୁ ଲୋନ ବଢ଼ିଯାଇଥାଏ। ଏହାପରେ ଲୋକମାନେ ମିନିମମ୍‌ ରାଶିର ପେମେଣ୍ଟ କରିବାରେ ଭୂଲ କରିଥାନ୍ତି। ଯଦି ଆପଣ ମଧ୍ୟ କ୍ରେଡିଟ୍‌ କାର୍ଡ ଲୋନର ବୋଝ ଧରି ବୁଲୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ କିଛି ଜରୁରୀ କଥା କଥା ଜଣାଇବୁ ଯାହାଦ୍ୱାରା ଆପଣଙ୍କ ଲୋନର ବୋଝ କମିଯାଇପାରେ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

କ୍ରେଡିଟ୍‌ କାର୍ଡ ଜାରୀକର୍ତ୍ତାଙ୍କ ପାଖରେ ପହଁଚନ୍ତୁ

creditଯଦି ଆପଣ ଠିକ ସମୟରେ କ୍ରେଡିଟ୍‌ କାର୍ଡ ବିଲରେ ଅଧିକ ପେମେଣ୍ଟ ଭରୁଛନ୍ତି। ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ କଥା, ଏହାଦ୍ୱାରା ଆପଣଙ୍କ ଲୋନର ବୋଝ ତ କମ୍‌ ହେବ ତାହା ସହିତ ସିଭିଲ ସ୍କୋର ମଧ୍ୟ ମଜବୁତ୍‌ ରହିବ। ଯଦି ଆପଣଙ୍କ ପାଖରେ ପୂର୍ବ ଥର କାର୍ଡରେ ରିପେମେଣ୍ଟର ଭଲ ରେକର୍ଡ ରହିଛି ତେବେ ଆପଣ କ୍ରେଡିଟ୍‌ କାର୍ଡ ଜାରୀକର୍ତ୍ତାଙ୍କୁ ଅନୁରୋଧ କରିପାରିବେ। ଯଦି ବିଲ ଠିକ ଠାକ୍‌ ଆସିଲା ତେବେ ଆପଣଙ୍କୁ ରିପେମେଣ୍ଟ ସର୍ତ୍ତରେ ରିହାତି ଦିଆଯାଇପାରେ। ଯଦି ଆପଣ ଦାୟିତ୍ୱବାନ ଗ୍ରାହକ ତେବେ ଅଧିକାଂଶ କରଜଦାତା ସମ୍ଭବ ହେଲେ ଆପଣଙ୍କ ପାଇଁ କିଛି ନା କିଛି ବାଟ ବାହାର କରିବେ।

ଠୋସ୍‌ ରିପେମେଣ୍ଟ ପ୍ଲାନିଙ୍ଗ୍‌

ଋଣ ଠାରୁ ମୁକ୍ତି ପାଇବା ପାଇଁ ଆପଣ ରିପେମେଣ୍ଟ ରଣନୀତି ଅନୁଯାୟୀ କାମ କରିବେ। ଆପଣ ‘ନ୍ୟୁନତମ ରୁ ଅଧିକ ପେମେଣ୍ଟ’ କରିପାରିବେ। ନଚେତ ‘ଡେବଟ୍‌ ସ୍ନୋବଲ୍‌ ପ୍ରକ୍ରୀୟାକୁ’ ବାଛି ପାରିବେ। ଯଦି ଆପେଣଙ୍କ ପାଖରେ ସରପ୍ଲସ ସଞ୍ଚୟ ରହିଛି ତେବେ ଆପଣ ଲୋନକୁ କମ୍‌ କରିବା ପାଇଁ ପ୍ରତି ମାସ ଦେୟ ନ୍ୟୁନତମ ରାଶିରେ ଅଧିକ ପେମେଣ୍ଟ କରିପାରିବେ।

ପର୍ସନାଲ ଲୋନରେ କନଭର୍ଟ କରିପାରିବେ

ଯଦି ଆପଣଙ୍କର କ୍ରେଡିଟ କାର୍ଡ ଲୋନ ବହୁତ ଅଧିକ ରହିଛି ଆପଣ ଏହାକୁ ସୁଝିବାରେ ଅସମର୍ଥ ତେବେ ଆପଣ ନିଜ କ୍ରେଡିଟ୍‌ ସୀମାକୁ ପର୍ସନାଲ ଲୋନରେ ପରିବର୍ତ୍ତନ କରିପାରିବେ ଏବଂ ଇଏମଆଇରେ ପେମେଣ୍ଟ କରିପାରିବେ। କିନ୍ତୁ ଏହା ଏକ ମହଙ୍ଗା ତରିକା ଅଟେ କାହିଁକିନା ପର୍ସନାଲ ଲୋନରେ ସୁଧ ଦର ବହୁତ ଅଧିକ ଅଟେ। ଏହି ପ୍ରକ୍ରୀୟାର ବ୍ୟବହାର କେବଳ ସେତେବେଳେ କରନ୍ତୁ ଯେତେବେଳେ ଆପଣଙ୍କ ପାଖରେ ନିଜର କ୍ରେଡିଟ କାର୍ଡ ଲୋନକୁ ସୁଝିବାରେ କୌଣସି ଅନ୍ୟ ତରିକା ନଥିବ।

ସ୍ଥାୟୀ ନିର୍ଦ୍ଦେଶ

ଅଧିକାଂଶ କରଜଦାତାଙ୍କ ପାଖରେ କ୍ରେଡିଟ୍‌ କାର୍ଡ ପେମେଣ୍ଟରେ ଅଟୋମେଟିକ ପେମେଣ୍ଟର ସୁବିଧା ରହିଛି। ଆପଣ ପେମେଣ୍ଟ ପାଇଁ ସ୍ଥାୟୀ ନିର୍ଦ୍ଦେଶ ସେଟ୍‌ କରିପାରିବେ। ଆପଣ ପ୍ରତି ମାସ ଏକ ବିଶିଷ୍ଟ ତାରିଖ ପାଇଁ, ନିଜର କ୍ରେଡିଟ୍‌ କାର୍ଡ ପାଇଁ ସ୍ଥାୟୀ ଅନୁଦେଶ ବିକଳ୍ପ ସେଟ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.