ଖୁସି ଖବର : କରୋନାରୁ ସୁସ୍ଥ ହେଲେ ୧୩ ଏନ୍‌ଡିଆର୍‌ଏଫ୍‌ ଯବାନ

କଟକ ( ବ୍ୟୁରୋ ) : କରୋନାରୁ ସୁସ୍ଥ ହେଲେ ୧୩ ଏନ୍‌ଡିଆର୍‌ଏଫ୍‌ ଯବାନ । ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି କରୋନା ଭୂତାଣୁରେ ସଂକ୍ରମିତ ଏନ୍‌ଡିଆର୍‌ଏଫ୍‌ର ୧୩ ଯବାନ । ଚିକିତ୍ସାଧୀନ ୫୦ ଆକ୍ରାନ୍ତ ଯବାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଖୁବ୍‌ଶୀଘ୍ର ସେମାନେ କାର୍ଯ୍ୟରେ ଯୋଗଦେବେ । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଏନ୍‌ଡିଆର୍‌ଏଫ୍‌ ଡିଜି ଏସ.ଏନ ପ୍ରଧାନ । ବାତ୍ୟା ଅମ୍ପନ୍‌ ପୁନରୁଦ୍ଧାର କାର୍ଯ୍ୟରେ ଯାଇ କୋଲକାତାରୁ ଫେରିବା ପରେ ଏନଡିଆରଏଫର ୫୦ ଯବାନ କରୋନା ପଜିଟିଭ୍‌ ଚିହ୍ନଟ୍‌ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.