Below header

ପରାଜୟର କାରଣ କଣ ସେନେଇ ରାଜ୍ୟ କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ, ଉଭୟ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସହ ହେଉଛି ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍): ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ। ଉଭୟ ଲୋକସଭା ଓ ବିଧାନସଭାରେ ଦଳ ଧରାଶାୟୀ ହୋଇଛି। ଏପରିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ପରାଜୟର ସ୍ୱାଦ ଚାଖିବାକୁ ପଡିଛି। ଏନେଇ କାରଣ ଖୋଜୁଛି ଦଳ। ମାତ୍ର ଗୋଟେ ଲୋକସଭା ଓ ୯ଟି ବିଧାନସଭା ସିଟ୍‌ ଅକ୍ତିଆର କରିଛି ଦଳ। ଏହାପରେ ପରାଜୟର କାରଣ କଣ ସେନେଇ ରାଜ୍ୟ କଂଗ୍ରେସ ଭବନରେ ମାନସ ମନ୍ଥନ ଚାଲିଛି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଉଭୟ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସହ ଆଲୋଚନା ଚାଲିଛି। ବୈଠକରେ ନରସିଂହ ମିଶ୍ର, ସୁରେଶ ରାଉତରାୟ , ମହମ୍ମଦ ମୋକିମ, ତାରା ବାହିନୀପତି ପ୍ରମୁଖ ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.