Below header

କାକଟପୁର ଗସ୍ତରେ ଓଡ଼ିଶାର ମହାମହିମ ରାଜ୍ୟପାଳ, ମଙ୍ଗଳା ମା’ଙ୍କ ଦର୍ଶନ କରି ଚାଷୀଙ୍କୁ ବୁଝାଇଲେ ଯୋଜନା ବିଷୟରେ

କାକଟପୁର ଆସିଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ । ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କୁ ଦର୍ଶନ କରିଥିଲେ । ତା ପରେ ଅବଦାନ ପଞ୍ଚାୟତ ମା ବିରିଜାଈଙ୍କ ପୀଠରେ ଚାଷୀ ମାନଙ୍କର ଏକ ବୈଠକରେ ଯୋଗଦାନ ଦେଇଥିଲେ । ଆଉ ଚାଷୀ ମାନଙ୍କ ପ୍ରତି ଥିବା ବିହିତ ଯୋଜନା ଉପରେ ଆଲୋଚନା କରିଥିଲେ ।

କାକଟପୁର (କେନ୍ୟୁଜ୍‌) : କାକଟପୁର ଆସିଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ । ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କୁ ଦର୍ଶନ କରିଥିଲେ । ତା ପରେ ଅବଦାନ ପଞ୍ଚାୟତ ମା ବିରିଜାଈଙ୍କ ପୀଠରେ ଚାଷୀ ମାନଙ୍କର ଏକ ବୈଠକରେ ଯୋଗଦାନ ଦେଇଥିଲେ । ଆଉ ଚାଷୀ ମାନଙ୍କ ପ୍ରତି ଥିବା ବିହିତ ଯୋଜନା ଉପରେ ଆଲୋଚନା କରିଥିଲେ । ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ସରପଞ୍ଚଙ୍କ ପାଣ୍ଠିକୁ ଆସୁଥିବା ଅର୍ଥକୁ ସରପଞ୍ଚ ଉପଯୁକ୍ତ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ମାସ ରେ ପ୍ରତ୍ୟେକ ଗ୍ରାମରେ ବୈଠକ କରି ସରକାରଙ୍କ ଯୋଜନାକୁ ଅନୁଧ୍ୟାନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ରାସାୟନିକ କୃଷି ବଦଳରେ ପାରମ୍ପରିକ କୃଷି କାର୍ଯ୍ୟ ପାଇଁ କହିଛନ୍ତି । ଏହାସହ ପ୍ରତ୍ୟେକ ମହିଳା କଲ୍ୟାଣ ବିକାଶ ଯୋଜନାରେ କିପରି ମହିଳା ମାନେ ଲାଭ ପାଇବେ ଏହା ସରପଞ୍ଚଙ୍କ ସ୍ୱତନ୍ତ୍ର ଦାୟିତ୍ୱ ବୋଲି କହିଥିଲେ । ଏଲପିଜି ଗ୍ୟାସ, ସ୍ୱଚ୍ଛ ଭାରତ, ଗରିବ ଲୋକଙ୍କ କଲ୍ୟାଣ ପାଣ୍ଠି, କିପରି ଗ୍ରାମାଞ୍ଚଳର ଲୋକ ମାନେ ପାଇବେ ତାହାକୁ ପଞ୍ଚାୟତର ସରପଞ୍ଚ ଦାୟିତ୍ୱବୋଧ ଭାବେ ନିର୍ବାହ କରିବା ନେଇ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ ।

ତେବେ ସର୍ବଶେଷରେ ମହାମହିମ କହିଛନ୍ତି କାକଟପୁର ଏକ ଚାଷ ଭିତିକ ବ୍ଲକ, ଏଠି ଚାଷ ଉପରେ ଲକ୍ଷାଧିକ ଲୋକ ନିର୍ଭର କରି ଚଳନ୍ତି । କେନ୍ଦ୍ର ସରକାର ଚାଷୀ ମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଆଣୁଛନ୍ତି, କିପରି ପ୍ରଶାସନ ଚାଷୀଙ୍କ ପାଖରେ ପହଞ୍ଚିବ ଆଉ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଚାଷୀ ଟିଏ ଲାଭ ପାଇବ ସେ ବାବଦରେ ଜିଲ୍ଲା ପ୍ରଶାସନକୁ ମଧ୍ୟ ପରାମର୍ଶ ଦେଇଥିଲେ । ଅନେକ ଦିନରୁ ଚାଷୀ ମାନେ ପାନୀୟଜଳ ସମସ୍ୟା, ଚାଷ କ୍ଷେତ୍ରରେ ଜଳର ସମସ୍ୟା ଉପରେ ଅଭିଯୋଗ କରିଆସୁଥିଲେ ସେନେଇ ମହାମହିମଙ୍କୁ ଜଣାଇଥିଲେ । ମହାମହିମ ରାଜ୍ୟପାଳ ଚାଷୀ ମାନଙ୍କ ମଣ୍ଡି ସମସ୍ୟା କିପରି ଉନ୍ନତି ହେଇପାରିବ ତାହା ଉପରେ ଦୃଷ୍ଟି ଦେବାକୁ ଜିଲ୍ଲା କୃଷି ବିଭାଗକୁ ନିର୍ଦେଶ ଦେଇଥିଲେ । ରାଜ୍ୟପାଳଙ୍କ ଆଗମନରେ ମହାମହିମଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯିବା ସହ କାକଟପୁର, ଅସ୍ତରଙ୍ଗ, କୋଣାର୍କ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.