ରୁଷର ବେଲଗୋରୋଡ୍ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ୍, ଆକ୍ରମଣରେ ୩ ଶିଶୁ ସମେତ ୨୧ ମୃତ
ରୁଷର ବେଲଗୋରୋଡ୍ ସହରରେ ୟୁକ୍ରେନ ଏୟାରଷ୍ଟ୍ରାଇକ୍ କରିଛି । ଆକ୍ରମଣରେ ୩ ଶିଶୁ ସମେତ ୨୧ ଜଣ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୦୦ରୁ ଅଧିକ ଗୁରୁତର ହୋଇଛନ୍ତି ।
ରୁଷ୍ ହମଲାର ଭୟଙ୍କର ପ୍ରତିଶୋଧ । ରୁଷର ବେଲଗୋରୋଡ୍ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ୍ । ଆକ୍ରମଣରେ ୩ ଶିଶୁ ସମେତ ୨୧ ଜଣ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୦୦ରୁ ଅଧିକ ଗୁରୁତର ହୋଇଛନ୍ତି । ରୁଷ୍ ଯାଞ୍ଚ କମିଟି ପକ୍ଷରୁ ମିଳିଥିବା ସୂଚନା ମୁତାବକ ୟୁକ୍ରେନ୍ ଖାରକିଭ୍ ଅଞ୍ଚଳରୁ ମଲ୍ଟିପଲ ରକେଟ୍ ଲଞ୍ଚରରୁ ମିସାଇଲ୍ ଆଟାକ୍ କରିଛି । କିଛି ଦିନ ତଳେ କ୍ରିମିଆ ପୋର୍ଟରେ ୟୁକ୍ରେନ୍ ୱାରସିପ୍ ଧ୍ବଂସ କରିବା ପରେ ବଢିଥିଲା ଯୁଦ୍ଧ । ପ୍ରତିଆକ୍ରମଣରେ ରୁଷ୍ ମଧ୍ୟ ୟୁକ୍ରେନ ଉପରେ ଘନଘନ ହମଲା କରିଥିଲା ।
#BREAKING: Zelensky fucked up. Ukraine attacked Belgorod, city across the border inside Russia. 14 Russians were killed, including 2 children. Putin will take Kharkiv next in order to protect Belgorod in the future. Should the US keep helping Ukraine?#MAGA pic.twitter.com/idfwlADRwz
— Online Shogun (@online_shogun) December 30, 2023
ଗତକାଲି ୟୁକ୍ରେନର ଅନେକ ସହର ମିଶାଇଲରେ ଆକ୍ରମଣ କରିବା ସହ ଖାରକିଭରେ ଡ୍ରୋନରେ ହମଲା କରିଥିଲା ରୁଷ । ଏହାର କିଛି ଦିନ ପୂର୍ବରୁ କ୍ରିମିଆ ପୋର୍ଟରେ ୟୁକ୍ରେନ୍ ୱାରସିପ୍ ଧ୍ବଂସ ହେବା ପରେ ଜୋରଦାର ହୋଇଥିଲା ଯୁଦ୍ଧ । ରୁଷ ଆକ୍ରମଣରେ ୟୁକ୍ରେନ ନାଗରିକଙ୍କ ମୃତ୍ୟ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।