ମହାବୀର ପୀଠରେ ଚାଲିଛି ଦ୍ୱାଦଶ କୁଞ୍ଜ ନାମ ଯଜ୍ଞ, ପାରାୟଣରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ

କଳିଯୁଗରେ ଗୋଟିଏ ମନ୍ତ୍ର, ହରେକୃଷ୍ଣ ହରେ ରାମ ଏହାକୁ ଦୃଷ୍ଟିରେ ରଖି ମହାବୀର ପୀଠରେ ଆୟୋଜିତ ହୋଇଛି ଦ୍ୱାଦଶ କୁଞ୍ଜ ନାମ ଯଜ୍ଞ । ବୌଦ୍ଧ ସଦର ବ୍ଲକ ନୂଆପାଲି ମହାବୀର ପୀଠରେ ଅଠର ବର୍ଷ ଧରି ରାମାୟଣ ପରାୟଣ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦ୍ୱାଦଶ କୁଞ୍ଜ ନାମ ଯଜ୍ଞ ଆରମ୍ଭ ହୋଇଛି ।

ଚାଲିଛି ହରେରାମ ହରେକୃଷ୍ଣ । ଭଜନ କୀର୍ତ୍ତନରେ ପ୍ରକମ୍ପିତ ହେଉଛି ସାରା ପରିବେଶ । କଳିଯୁଗରେ ଗୋଟିଏ ମନ୍ତ୍ର, ହରେକୃଷ୍ଣ ହରେ ରାମ ଏହାକୁ ଦୃଷ୍ଟିରେ ରଖି ମହାବୀର ପୀଠରେ ଆୟୋଜିତ ହୋଇଛି ଦ୍ୱାଦଶ କୁଞ୍ଜ ନାମ ଯଜ୍ଞ । ବୌଦ୍ଧ ସଦର ବ୍ଲକ ନୂଆପାଲି ମହାବୀର ପୀଠରେ ଅଠର ବର୍ଷ ଧରି ରାମାୟଣ ପରାୟଣ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦ୍ୱାଦଶ କୁଞ୍ଜ ନାମ ଯଜ୍ଞ ଆରମ୍ଭ ହୋଇଛି ।

ଯେଉଁଠି ପାଞ୍ଚ ଶହ ସଂକୀର୍ତ୍ତନ ଦଳ ଭାଗ ନେଇଥିଲେ । କେବଳ ସଂକୀର୍ତ୍ତନ ନୁହେ ଭଜନ ସମାରୋହ, ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗତକାଲି ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମରେ ରାଜ୍ୟ ସଂକୀର୍ତ୍ତନ ମହାସଂଘର ସଭାପତି ପ୍ରଫେସର ଡଃ ଶଶାଙ୍କ ଚୁଡାମଣି ଓ ପୁରୀର ଜଗନ୍ନାଥ ମନ୍ଦିର ସେବକ ନାରାୟଣ ଖୁଣ୍ଟିଆ ଯୋଗ ଦେଇ ପ୍ରବଚନ ଦେଇଥିଲେ । ପ୍ରତ୍ୟେକ ଦିନ ଏହା ଦେଖିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।

ପ୍ରତ୍ୟେକ ଦିନ ଏଠାରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ନଅ ଦିନ ଧରି ଚାଲିଥିବା ଏହି ନାମଯଜ୍ଞର ଆଜି ପୂର୍ଣ୍ଣାହୁତି । ନାମ ଯଜ୍ଞ ସହ ଏଠାରେ ମିନାବଜାର ପଡିଛି । ଆଉ ସନ୍ଧ୍ୟାରେ ମିନାବଜାର ରେ ବୁଲିବା କିଣାକିଣି କରିବା ସହ ଖାଦ୍ୟପେୟର ମଜା ନେଉଛନ୍ତି ଦର୍ଶକ । ସେହିପରି ଆୟୋଜକ କମିଟି ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ମାଗଣାରେ ଅନ୍ନ ଭୋଜନ ବ୍ୟବସ୍ଥା କରାଯାଇଛି ।

ପଞ୍ଚରା ଅଞ୍ଚଳର ଲୋକଙ୍କ ସାହାଯ୍ୟ ସହଯୋଗରେ ଏହି ଯଜ୍ଞକୁ ମହା ସମାରୋହରେ ପାଳନ କରାଯାଉଥିବା ଆୟୋଜକ କମିଟି କର୍ମକର୍ତ୍ତା କହିଛନ୍ତି । ସତରେ ଗ୍ରାମଞ୍ଚଳ ପରି ଅଞ୍ଚଳରେ ଏପରି ମହା ସଂକୀର୍ତ୍ତନ ସମାରୋହ କରିବା ଦ୍ୱାରା ଲୋକଙ୍କ ମନୋରଞ୍ଜନ ସହିତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.