Below header

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠାରୁ ୮ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍

ବାଲେଶ୍ଵର ରେମୁଣା ଥାନା ସପ୍ତସରା ନାଳ ନିକଟ ଘାସିମରା ପୋଲ ନିକଟରେ ଘଟିଛି ଏହି ଘଟଣା । ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠୁ ୮ଲକ୍ଷର ଅଳଙ୍କାର ଲୁଟ୍ ହୋଇଛି । ବନ୍ଧୁକମୁନ ଓ ଫାଙ୍କା ଗୁଳିମାଡ଼ କରି ଏହି ସୁନା ଦୋକାନୀଙ୍କ ଠାରୁ ଅଳଙ୍କାର ଓ ଟଙ୍କା ଲୁଟ ହେବା ଘଟଣା ସାମ୍ନାକୁ ଆସିଛି ।

ବାଲେଶ୍ଵର(କେନ୍ୟୁଜ):  ବାଲେଶ୍ଵର ରେମୁଣା ଥାନା ସପ୍ତସରା ନାଳ ନିକଟ ଘାସିମରା ପୋଲ ନିକଟରେ ଘଟିଛି ଏହି ଘଟଣା । ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠୁ ୮ଲକ୍ଷର ଅଳଙ୍କାର ଲୁଟ୍ ହୋଇଛି । ବନ୍ଧୁକମୁନ ଓ ଫାଙ୍କା ଗୁଳିମାଡ଼ କରି ଏହି ସୁନା ଦୋକାନୀଙ୍କ ଠାରୁ ଅଳଙ୍କାର ଓ ଟଙ୍କା ଲୁଟ ହେବା ଘଟଣା ସାମ୍ନାକୁ ଆସିଛି ।

ତେବେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଲେ ରେମୁଣା ଅଞ୍ଚଳର ପ୍ରଶାନ୍ତ କମିଳା । ରେମୁଣା ଠାରୁ କିଛି ଦୂର ୧୬ନମ୍ବର ଜାତୀୟ ରାଜପଥର ନୂଆଗାଁ ଠାରେ ଥିବା ପ୍ରଶାନ୍ତଙ୍କ ଜୁଏଲାରି ଦୋକାନ ରହିଛି । ଯାହାର ପ୍ରାଣକୃଷ୍ଣ ଜୁଏଲାରି ସପ୍। ସବୁଦିନପରି ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ରାତି ପ୍ରାୟ ୮ ଟାରେ ୪୫ ସମୟରେ ଦୁର୍ବୁତ୍ତ ତାଙ୍କ ବାଇକକୁ ଅଧାରାସ୍ତାରେ ଅଟକାଇଥିଲେ । ଏହାପରେ ବନ୍ଧୁକ ଦେଖାଇ ଡରାଇବା ସହିତ ଫାଙ୍କା ଗୁଳି ଚାଳନା କରିଥିଲେ।

ଏହାପରେ ଭୟବିତ କରି ତାଙ୍କ ଗାଡି ଡିକି ଭାଙ୍ଗି ସୁନାଗହଣା ବ୍ୟାଗ୍ ନେଇ ଛୁ ମାରିଥିଲେ। ଯାହା ଜଣାପଡିଛି ଦୁର୍ବୁତ୍ତ ମାନେ ମୁହଁରେ କଳକପଡା ବାନ୍ଧିଥିଲେ । ଲୁଟ ସାମଗ୍ରୀ ଭିତରେ କିଛି ସୁନାଗହଣା , ଟଙ୍କା ଓ ରୂପା ଅଳଙ୍କାର ରହିଥିଲା। ପାଖାପାଖି ୮ଲକ୍ଷରୁ ଅଧିକ ଟଙ୍କାର ଲୁଟ ହୋଇଥିବା କୁହାଯାଉଛି । ଏପଟେ ଘଟଣା ପରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ପ୍ରଶାନ୍ତ । ଏପଟେ ଅଭିଯୋଗକୁ ଆଧାର କରି ରେମୁଣା ଥାନା ପୋଲିସ ଘଟଣାର ତଦନ୍ତ କରୁଥିବାସହିତ ଭିନ୍ନ ଭିନ୍ନ ରାସ୍ତାରେ ପଇଁତରା ମାରୁଛି । ତେବେ ଏଯାଏ ଲୁଟେରାଙ୍କ କୌଣସି ଟେର ପାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.