ମୃତ୍ୟୁର ୪୦ ମିନିଟ ପରେ ଜୀବନ୍ତ ହେଲେ ମହିଳା, ବଖାଣିଲେ ମୃତ୍ୟୁ ପରେ କଣ ଦେଖିଥିଲେ

ଜଣେ ବ୍ରିଟିଶ ମହିଳା ତାଙ୍କ ମୃତ୍ୟୁ ପରେ ତାଙ୍କର ଅନୁଭୂତି ବିଷୟରେ କହିଛନ୍ତି । ମହିଳାଙ୍କ ନାଁ ହେଉଛି କିର୍ଷ୍ଟି ବୋର୍ଟଫ୍ଟ । କିର୍ଷ୍ଟି ଦାବି କରିଛନ୍ତି ଯେ ସେ ମୃତ୍ୟୁ ପରେ ଅନେକ ଜିନିଷ ଦେଖିଥିଲେ ।

ଜୀବନର ସବୁଠାରୁ ବଡ଼ ସତ ହେଉଛି ମୃତ୍ୟୁ । ଯଦି କେହି ଥରେ ମରି ଯାଆନ୍ତି ତେବେ ସେମାନେ ପୁଣିଥରେ ବଞ୍ଚିବା ଅସମ୍ଭବ । କିନ୍ତୁ ଅନେକ ଥର ଏପରି କିଛି ଘଟଣା ଘଟିଯାଏ ଯାହା ସମସ୍ତଙ୍କ ହୃଦୟକୁ ଥରାଇଦିଏ । ଯଦି ଜଣେ ବ୍ୟକ୍ତି ହଠାତ ମରିଯାଏ ଏବଂ ପୁଣି ଥରେ ଜୀବନ୍ତ ହୁଏ ତେବେ ଆପଣ କଣ କରିବେ । ଆପଣଙ୍କ ମନରେ ନିଶ୍ଚିତ ଭୟ ସୃଷ୍ଟି ହେବ । ସମାନ ଭାବେ ଜଣେ ମହିଳାଙ୍କ ସହ ଏପରି କିଛି ହୋଇଛି, ଯାହାକୁ ବିଶ୍ୱାସ କରିବା ସହଜ ନୁହେଁ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ ।

ଦୁନିଆରେ ଏପରି ଅନେକ ମାମଲା ଶୁଣିବାକୁ ମିଳେ, ଯେଉଁଠାରେ ମଣିଷ ମୃତ୍ୟୁ ପରେ ବି ଜୀବନ୍ତ ହୋଇଉଠେ । ଏହାକୁ ନିୟର ଡେଥ ଏକ୍ସପେରିଏନ୍ସ ବା NDE କୁହାଯାଏ । ବର୍ତ୍ତମାନ ବ୍ରିଟେନରୁ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ରିଟିଶ ମହିଳା ତାଙ୍କ ମୃତ୍ୟୁ ପରେ ତାଙ୍କର ଅନୁଭୂତି ବିଷୟରେ କହିଛନ୍ତି । ମହିଳାଙ୍କ ନାଁ ହେଉଛି କିର୍ଷ୍ଟି ବୋର୍ଟଫ୍ଟ । କିର୍ଷ୍ଟି ଦାବି କରିଛନ୍ତି ଯେ ସେ ମୃତ୍ୟୁ ପରେ ଅନେକ ଜିନିଷ ଦେଖିଥିଲେ । ତାଙ୍କ ଆଖି ଖୋଲା ଥିଲା, ସେ ନିଜ ଚର୍ମରେ ଏକ ଅଦ୍ଭୁତ ଜିନିଷକୁ ଅନୁଭବ କରିଥିଲେ ଏବଂ ଅଜବ ଘଟଣାକୁ ବି ଅନୁଭବ କରିଥିଲେ । ସେ ୪୦ ମିନିଟ ପର୍ଯ୍ୟନ୍ତ ଅନେକ ଜିନିଷ ଦେଖିଥିଲେ କିନ୍ତୁ ତାଙ୍କର ସମସ୍ତ ଘଟଣା ମନେ ନଥିବା ସେ କହିଛନ୍ତି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ନିଜର ମୃତ୍ୟୁ ପରର ରହସ୍ୟ ବିଷୟରେ ପ୍ରକାଶ କରିଛନ୍ତି ।

ତେବେ କିର୍ଷ୍ଟିଙ୍କୁ ହାର୍ଟ ଆଟାକ ଆସିଥିଲା । ଏନେଇ ତାଙ୍କ ଚିକିତ୍ସାରେ ଗମ୍ଭୀର ସମସ୍ୟା ଦେଖାଯାଇଥିଲା ଏବଂ ସେ କୋମାକୁ ଚାଲି ଯାଇଥିଲେ । କିର୍ଷ୍ଟିଙ୍କ ବନ୍ଧୁ ତାଙ୍କୁ ମୃତ୍ୟୁରୁ ଫେରାଇ ଆଣିବାରେ ସାହାଯ୍ୟ କରିଥିଲେ । ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଆତ୍ମା ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବର୍ତ୍ତା କରିବାକୁ ଚେଷ୍ଟା କରିଥିଲା । ମହିଳାଙ୍କୁ ଯେତେବେଳେ ହାର୍ଟ ଆଟାକ ଅସିଥିଲା ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ କିନ୍ତୁ ମୃତ୍ୟୁକୁ ବାଜି ମାରି ସେ ପୁର୍ନଜୀବିତ ହୋଇଥିଲେ ।

ମହିଳାଙ୍କ ମୃତ୍ୟୁ ପରର ଅନୁଭବକୁ ପ୍ରକାଶ କରି ସେ କହିଥିଲେ ଯେ ଯେତେବେଳେ କୋମାରେ ଥିଲେ ତାଙ୍କ ଶରୀରକୁ ବହୁତ କଷ୍ଟ ହୋଇଥିଲା । ତାଙ୍କ ଆତ୍ମା ଶରୀରରୁ ବାହାରକୁ ବାହାରି ଯାଇଥିଲା ଏବଂ ହଠାତ ତାଙ୍କୁ ଏକ ଝଟକା ଲାଗିଥିଲା ଏବଂ ଏହି ସମୟ ମଧ୍ୟରେ ତାଙ୍କ ପରିବାର ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରୁଥିଲା । କିନ୍ତୁ ସେ ପୁର୍ନଜୀବିତ ହେବା ପରେ ସମସ୍ତଙ୍କ ମୁହଁରେ ଖୁସି ଫୁଟି ଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.