Below header

ଏନସିସିଆର ସର୍ଭେ ରିପୋର୍ଟ: ଓଡ଼ିଶାର ଦୁଇଟି ବେଳାଭୂମିକୁ ସ୍ୱଚ୍ଛ ବେଳାଭୂମି ଭାବେ ମିଳିଲା ସ୍ଥାନ

ଭୁବନେଶ୍ବର: ଓଡ଼ିଶାର ଦୁଇଟି ବେଳାଭୂମିକୁ ସ୍ୱଚ୍ଛ ବେଳାଭୂମି ଭାବେ ମିଳିଲା ସ୍ଥାନ । ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶା ବେଳାଭୂମିକୁ ଅଧିକ ପସନ୍ଦ କରୁଛନ୍ତି ପର୍ଯ୍ୟଟକ । ଏକ ସର୍ଭେ ରିପୋର୍ଟ ଓଡ଼ିଶାକୁ ଏହି ସମ୍ମାନ ଆଣିଛି । ସ୍ୱଚ୍ଛ ବେଳାଭୂମିରେ ଓଡ଼ିଶା ଆଗରେ । ଜାତୀୟ ବେଳାଭୂମି ଅନୁସନ୍ଧାନ କେନ୍ଦ୍ର ବା ଏନସିସିଆର ତରଫରୁ ହୋଇଥିବା ସର୍ଭେରେ ଓଡ଼ିଶାର ଦୁଇଟି ବେଳାଭୂମିକୁ ସବୁଠାରୁ ସ୍ୱଚ୍ଛ ବେଳାଭୂମିକୁ ସବୁଠାରୁ ସ୍ୱଚ୍ଛ ବେଳାଭୂମି ଭାବେ ସ୍ଥାନ ମିଳିଛି । ଅନ୍ୟ ରାଜ୍ୟ ତୁଳନାରେ ପୁରୀ ଓ ଗୋପାଳପୁର ବେଳାଭୂମିକୁ ବେଶି ପସନ୍ଦ କରୁଛନ୍ତି ପର୍ଯ୍ୟଟକ । ସବୁଠୁ ବଡ କଥା ହେଲା ଦେଶର ୫ଟି ସ୍ୱଚ୍ଛ ଓ ପରିଚ୍ଛନ ବେଳାଭୂମି ମଧ୍ୟରୁ ଓଡ଼ିଶାର ପୁରୀ ବେଳାଭୂମି ଓ ଗୋପାଳପୁର ବେଳାଭୂମି ବେଶ ସଫାସୁତୁରା । ତାମିଲନାଡୁର ଥିରୁଭାଞ୍ଜୁର, କେରଳର କାଝାକୋଟ୍ଟମ ଓ ଗୁଜରାଟର ଡୁମାସ ବେଳାଭୂମିକୁ ସ୍ୱଚ୍ଛ ବେଳାଭୂମି ତାଲିକାରେ ସ୍ଥାନ ମିଳିଛି । ହେଲେ ଓଡ଼ିଶାରୁ ଦୁଇ ଦୁଇଟି ବେଳାଭୂମିକୁ ସଫାସୁତୁରା ବେଳାଭୂମି ମାନ୍ୟତା ମିଳିବା ନେଇ ଟ୍ଵିଟରରେ ଟ୍ରେଣ୍ଡ ଚାଲିଛି । ସର୍ଭେ ରିପୋର୍ଟରେ ଏଭଳି ସମ୍ମାନ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରିଛନ୍ତି । ଏହାସହ ପର୍ଯ୍ୟଟକଙ୍କୁ ଆମନ୍ତ୍ରିତ କରି କହିଛନ୍ତି, ଭାରତରୁ ସବୁଠାରୁ ସ୍ୱଚ୍ଛ ବେଳାଭୂମି ଓଡ଼ିଶାରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.