ବାଂଲା ରସଗୋଲାର ଜିଆଇ ମାନ୍ୟତା ରଦ୍ଦ କରିବା ପାଇଁ ରିଜିଓନାଲ ଡେଭଲପ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ଆବେଦନ

କେନ୍ୟୁଜ୍ : ବାଂଲା ରସଗୋଲାର ଜିଆଇ ମାନ୍ୟତା ରଦ୍ଦ କରିବା ପାଇଁ ରାଜ୍ୟର ଅନ୍ୟତମ ପ୍ରମୁଖ ଅନୁଷ୍ଠାନ ରିଜିଓନାଲ ଡେଭଲପ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ଆବେଦନ କରାଯାଇଛି । ଚେନ୍ନାଇ ସ୍ଥିତ ଜିଆଇ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଦାଖଲ ହୋଇଥିବା ଏହି ଅଭିଯୋଗପତ୍ରର ଶୁଣାଣି ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ହେବ । ଏହି ପରିପ୍ରେକ୍ଷୀରେ ପୂଣ୍ୟ ଉତ୍କଳ, ଓଡ଼ିଆ ପର୍ବ ଓ ରିଜିଓନାଲ ଡେଭ୍‌ଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ପୁରୀରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ତିନିଟି ଅନୁଷ୍ଠାନର ୫୦ରୁ ଅଧିକ ସଦସ୍ୟ ଗୁଣ୍ଡିଚା ମନ୍ଦିରରୁ ପଦଯାତ୍ରାରେ ବାହାରି ସିଂହଦ୍ୱାର ନିକଟକୁ ଯାଇଥିଲେ । ଆସନ୍ତା ୬ ତାରିଖରେ ହେବାକୁ ଥିବା ଶୁଣାଣି ପାଇଁ ଏହି ଦଳ ଚେନ୍ନାଇ ଗସ୍ତ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.