Below header

ଆଜି ଭଙ୍ଗାଯାଉଛି ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଥିବା ଲଙ୍ଗୁଳି ମଠ, ୨୪ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ

ପୁରୀ(କେନ୍ୟୁଜ୍): ଭଙ୍ଗାଯାଉଛି ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଲଙ୍ଗୁଳି ମଠ । ମଠ ଓ ମଠ ତଳେ ଥିବା ୧୭ଟି ଦୋକାନ ଘରକୁ ଭାଙ୍ଗିବା ଆରମ୍ଭ ହୋଇଛି । ମଠ ଭିତରେ ଥିବା ଏକ ପ୍ରାଚୀନ ମନ୍ଦିରକୁ ଛାଡି ଅନ୍ୟ ସମସ୍ତ ଅଂଶକୁ ଉଚ୍ଛେଦ କରାଯିବ । ଏଥିପାଇଁ ୨୪ ପ୍ଲାଟୁନ୍‌ ପୋଲିସ ଫୋର୍ସଙ୍କ ସମେତ ୧୦ ଜଣ ମାଜିଷ୍ଟ୍ରେଟ୍‌ ନିୟୋଜିତ ହୋଇଛନ୍ତି । ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଉପସ୍ଥିତ ଅଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ମଠକୁ ଭଙ୍ଗାଯାଉଛି । ଗତକାଲି ଲଙ୍ଗୁଳି ମଠ ତଳ ଘରେ ଦୋକାନ ଘର ଗୁଡ଼ିକୁ ଖାଲି କରାଯାଇଥିଲା । ପୂର୍ବରୁ ଏହି ମଠକୁ ବିପଦସଙ୍କୁଳ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ପ୍ରାଥମିକ ପର୍ଯ୍ୟାୟରେ ଲଙ୍ଗୁଳି ମଠ ସହ ଏମାର ମଠର କିଛି ଅଂଶ ଭଙ୍ଗାଯିବ । ଏହି ମଠ ଗୁଡ଼ିକରେ ବର୍ଷ ବର୍ଷ ଧରି ଶହ ଶହ ଦୋକାନ ଚାଲିଛି । ଉନ୍ନୟନ କମିଶନର ତଥା ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର ପୁରୀ ସର୍କିଟ୍‌ ହାଉସରେ ପୁରୀର ବିକାଶ ଯୋଜନା ଓ ଉଚ୍ଛେଦ ପ୍ରକ୍ରିୟା ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.