ବିଶୃଙ୍ଖଳିତ ଆଚରଣ ପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜିର ୪ ଅଧ୍ୟାପକ ନିଲମ୍ବିତ

ବୁର୍ଲା(କେନ୍ୟୁଜ୍): ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜିର ୪ ଅଧ୍ୟାପକ ନିଲମ୍ବିତ । ବିଶୃଙ୍ଖଳିତ ଆଚରଣ ପାଇଁ ଏମାନଙ୍କୁ ନିଲମ୍ବନ କରାଯାଇଥିବା ଭିସୁଟ କୁଳପତି ଅଟଳ ଚୌଧୁରୀ ସୂଚନା ଦେଇଛନ୍ତି । ନିଲମ୍ବିତ ହୋଇଥିବା ପ୍ରଫେସର ହେଲେ ସିଭିଲ ଇଞ୍ଜିନିୟରିଂର ପ୍ରଫେସର ପିକେ ପ୍ରଧାନ, କମ୍ପ୍ୟୁଟର ଆପ୍ଲିକେସନର ଆସୋସିଏଟ ପ୍ରଫେସର ସସ୍ମିତା ମାଝୀ, ପ୍ରଡକ୍‌ସନର ପ୍ରଫେସର ଡି. ଧୁପାଲ ଏବଂ କମ୍ପ୍ୟୁଟର ଆପ୍ଲିକେସନର ଆସିଷ୍ଟାଣ୍ଡ ପ୍ରଫେସର ଏସ. କେ. ମାଝୀ । ପୂର୍ବରୁ ମଧ୍ୟ ବିଶୃଙ୍ଖଳା ଆଚରଣରେ ୩ଜଣଙ୍କୁ ନିଲମ୍ବନ କରାଯାଇଥିଲା । ଏମାନେ କୁଳପତିଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଧାରଣାରେ ବସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.