Below header

ରାଜ୍ୟରୁ ଆଜି ୪୩୪ ନୂଆ ପଜିଟିଭ ଚିହ୍ନଟ, ଗତ ୨୪ ଘଣ୍ଟା ଭିତରେ ନେଲା ଆଉ ୫ ଜଣଙ୍କ ଜୀବନ

ଭୁବନେଶ୍ୱର (କେ ନ୍ୟୁଜ): ଆଜି ରାଜ୍ୟରେ ୪୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ କ୍ଵାରିଣ୍ଟୀଂନ ସେଣ୍ଟରରୁ ୨୪୯ ଥିବା ବେଳେ ଲୋକାଲ କଣ୍ଟକଟରୁ ଅଛନ୍ତି ୧୮୫ ଜଣ । ଆଜିର ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୩ ଲକ୍ଷ ୨୦ ହଜାର ୦୧୭କୁ ବୃଦ୍ଧି ପାଇଥିବା ବେଳେ ୪୮୧୫ ଟି ସକ୍ରିୟ ମାମଲା ରହିଛି । କହିରଖିବା ଉଚିତ ହେବ ଯେ, ଏଯାବତ ରାଜ୍ୟରେ ୬୦ ଲକ୍ଷ ୧୯ ହଜାର ୮୫୫ ନମୁନା ପରୀକ୍ଷଣ ସରିଥିବା ବେଳେ ସୁସ୍ଥ ହୋଇଫେରିଛନ୍ତି ୩ ଲକ୍ଷ ୧୩ ହଜାର ୩୯୪ ଜଣ ଆକ୍ରାନ୍ତ । କହିରଖିବା ଉଚିତ ହେବକି ୬୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଗତ ୨୪ ଘଣ୍ଟା ଭିତରେ ୫ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ମୃତକଙ୍କ ଭିତରେ ଭୁବନେଶ୍ୱରର ଜଣେ ୫୭ ବର୍ଷ ବୟସ୍କ ବ୍ୟକ୍ତିଥିବା ବେଳେ ଗଂଜାମ ଜିଲ୍ଲାରୁ ଅଛନ୍ତି ତିନି ଜଣ । ଏମାନଙ୍କ ବୟସ ଯଥାକ୍ରମେ ୫୯ ବର୍ଷ, ୫୪ ବର୍ଷ, ୮୨ ବର୍ଷ ହେବ ବୋଲି ଜଣାଯାଇଛି । ଏହାବାଦ ନୟାଗଡ ଜିଲ୍ଲାର ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ନେଇଛି ମାରାତ୍ମକ କରୋନା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.