ବାଲେଶ୍ୱର: ଦୁଇ ଦୁଇଟି ଏଟିଏମ୍‌ ତାଡି ଲୁଟିନେଲେ ଦୁର୍ବୃତ୍ତ, ତଦନ୍ତ ଜାରି ରଖିଛି ପୋଲିସ

ସୋର(କେ ନ୍ୟୁଜ): ସୋରରେ ମାତିଛନ୍ତି ATM ଲୁଟେରା। ବାଲେଶ୍ୱର ସୋର ଅନ୍ତପୁରରେ ଦୁଇ ଦୁଇଟି ଏଟିଏମ୍‌ ତାଡି ଲୁଟିନେଲେ ଦୁର୍ବୃତ୍ତ। ହିଟାଚି ଓ ବାଗୁଡିରେ ଥିବା ଆକ୍ସିସ୍‌ ବ୍ୟାଙ୍କର ଏଟିଏମ୍‌କୁ ତାଡି ନେବା ସହ ପାଖରେ ଥିବା ଏକ ଏଟିଏମ୍‌ରୁ ମଧ୍ୟ ଲୁଟିଥିବା ଅଭିଯୋଗ ହୋଇଛି । ବୁଧବାର ବିଳମ୍ବିତ ରାତିରେ ବାଗୁଡି ଅଞ୍ଚଳରେ ଥିବା ଏକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ରୁ କିଛି ଅଂଶ ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ଏନେଇ

ପୋଲିସ ନିକଟରେ ଖବର ପହଞ୍ଚିଥିଲା। ଖବର ପାଇ ସୋର ଥାନାର ଏ.ଏସ୍‌.ଆଇ ପ୍ରତାପ କାର୍ଲୋ ଘଟଣାସ୍ଥଳରେ ପହଁଞ୍ଚିବା ପରେ ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ । ସେହିପରି ନିକଟସ୍ଥ ଛକ ନିକଟରେ ଥିବା ହିଟାଚି ଏଟିଏମ୍‌କୁ ମଧ୍ୟ ଦୁର୍ବୃତ୍ତ ଗ୍ୟାସ୍‌ କଟରରେ କାଟି ଟଙ୍କା ଲୁଟି ନେଇଛନ୍ତି । ଘଟଣାସ୍ଥଳରେ ସୋର ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.