Below header

କରୋନା ନେଲା ଆଉ ୬ ଜୀବନ, ଗଞ୍ଜାମରୁ ହିଁ ୫, ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି

ଭୁବନେଶ୍ୱର: ଆଜି କରୋନାରେ ୬ ଜଣଙ୍କ ଜୀବନ ଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏମାନେ କରୋନା ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ ରହି ଚିକିତ୍ସିତ ହୋଇଆସୁଥିଲେ । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି | ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୫ ଜଣ ଥିବା ବେଳେ ଖୋର୍ଦ୍ଧ ଜିଲ୍ଲାରୁ ଜଣେ ଅଛନ୍ତି । ଏହାକୁ ମିଶାଇ ଗଂଜାମର ମୃତ୍ୟୁ ସଂଖ୍ୟା ୬୭ରେ ପହଁଚିଥିବା ବେଳେ ଖୋର୍ଦ୍ଧରେ ୧୫ ଛୁଇଁଛି ମୃତ୍ୟୁ ସଂଖ୍ୟା ।

– ଗଂଜାମ ଜିଲାର ୪୧ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେ ପୂର୍ବରୁ ହାଇପରଟେନସନ ରୋଗରେ ପୀଡିତ ଥିଲେ ।

–  ଖୋର୍ଦ୍ଧା ଜିଲ୍ଲାର ଜଣେ ୮୬ ବର୍ଷୀୟା ବୃଦ୍ଧାଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେ ପୂର୍ବରୁ ହାଇପରଟେନସନ ଓ ମଧୁମେହ ରୋଗରେ ପୀଡିତ ଥିବା ବେଳେ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ।

– ଗଂଜାମ ଜିଲ୍ଲାର ୬୩ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହି ବ୍ୟକ୍ତି ଜଣଙ୍କ ବି ପୂର୍ବରୁ ହାଇପରଟେନସନରେ ଆକ୍ରାନ୍ତ ଥିଲେ ।

– ଗଞ୍ଜାମର ଆଉ ଜଣେ ମୃତକ ହେଉଛନ୍ତି ୫୧ ବର୍ଷୀୟା ମହିଳା । ସେ ଡାଇବେଟିସ ଓ ଡାଇବେଟିକ କେଟୋ ଏସିଟୋସୀସ ରୋଗରେ ପୀଡିତ ଥିଲେ ।

– ଗଂଜାମର ଜଣେ ୬୯ ବର୍ଷୀୟ ବ୍ୟକ୍ତିଙ୍କର ବି ମୃତ୍ୟୁ ହୋଇଛି ।

– ସେହି ଗଂଜାମର ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ପୂର୍ବରୁ ଡାଇବେଟିସ ଓ ହାଇପରଟେନସନ ରୋଗରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.