Below header

କୁନି ପୁଅଟି ଚାମଚରେ ଚଢ଼େଇଙ୍କୁ ଖୁଆଉଥିବା ଏହି ଭିଡିଓ ଆପଣଙ୍କୁ ବି କରିବ ଅଭିଭୂତ, ଦେଖନ୍ତୁ ନିଶ୍ଚୟ

ଛୋଟ ଛୁଆଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ସେମାନଙ୍କ ମନରେ ବଡ଼ ଲୋକଙ୍କ ଭଳି ଛନ୍ଦ କପଟ ନଥାଏ। ସେମାନେ ଯାହା ବି କହିଥାନ୍ତି କିମ୍ବା କରିଥାନ୍ତି ସେସବୁ ହୃଦୟରୁ କରିଥାନ୍ତି। ଏଣୁ ପିଲାଙ୍କୁ ସମସ୍ତେ ଭଲ ପାଆନ୍ତି। ସୋସିଆଲ ମିଡିଆରେ ଏବେ ସେଭଳି ଏକ ସରଳ ନିଷ୍ପାପ କୁନି ଶିଶୁର ଭିଡିଓ ଭାଇରାଲ ହେଉଛି ଯିଏ ଅନ୍ୟକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଭାଇରାଲ ହେଉଥିବା ଭିଡିଓରେ ଏକ କୁନି ଅବୋଧ ବାଳକ ଛୋଟ ଚଢ଼େଇଙ୍କୁ ଖୁଆଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଟିକି ପୁଅଟିର ସାହାଯ୍ୟ କରିବା ମନୋବୃତ୍ତି ଦେଖିଲେ ଆପଣ ବି ଅଭିଭୂତ ହୋଇଯିବେ।

ଦେଖନ୍ତୁ ଭିଡିଓ:

ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦ ଟ୍ଵିଟରରେ ଏହି ଭିଡିଓଟିକୁ ସେୟାର କରିଛନ୍ତି। ଏବେ ଯାଏଁ ଭିଡିଓକୁ ୭୪ ହଜାରରୁ ଅଧିକ ଥର ଦେଖାସରିଲାଣି। ଭିଡିଓରେ ଦେଖାଯାଇଛି ଯେ ଏକ ୨-୩ ବର୍ଷର କୁନି ପୁଅ ଗୋଟିଏ ପ୍ଲେଟରେ କିଛି ଖାଦ୍ୟ ଧରି ଚାମଚ ସାହାଯ୍ୟରେ ଚଢ଼େଇଙ୍କୁ ଖୁଆଉଛି। ଛୁଆଟି ଖୁଆଉଥିବା ଦେଖି ଗୋଟିଏ ପରେ ଗୋଟିଏ କରି ୪ଟି ପକ୍ଷୀ ତା’ ନିକଟକୁ ଆସୁଛନ୍ତି ଓ ନିର୍ଭୟରେ ବସି ଖାଉଛନ୍ତି।

ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ କ୍ୟାପସନ୍‌ରେ ଲେଖିଛନ୍ତି ‘ହୃଦୟକୁ ଶିକ୍ଷିତ ନ କରି ମସ୍ତିଷ୍କକୁ ଶିକ୍ଷିତ କରିବାର କୌଣସି ଅର୍ଥ ନାହିଁ। ପିଲାଙ୍କୁ ଶିଖାନ୍ତୁ ଆମେ ଭଲ ପାଇବାକୁ ଜନ୍ମ ହୋଇଛୁ।’ ୨୧ ସେକେଣ୍ଡର ଏହି ଭିଡିଓକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏବେ ଯାଏଁ ଏଥିରେ ୯୦୦ ଲାଇକ୍‌ ମିଳିଥିବା ବେଳେ ପ୍ରାୟ ୨ ହଜାର ଲୋକ କମେଣ୍ଟ କରିଛନ୍ତି।
ଦେଖନ୍ତୁ କେତେକ କମେଣ୍ଟ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.