Below header

୩୦ ବର୍ଷରେ ପାଦ ଥାପିଲେ ଯୁଜବେନ୍ଦ୍ର ଚହଲ, ଯୁବରାଜଙ୍କ ସମେତ ଏସବୁ କ୍ରିକେଟର ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ସ୍ପିନ୍‌ ବୋଲର ଯୁଜବେନ୍ଦ୍ର ଚହଲ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଆଜି ତାଙ୍କ ଜନ୍ମ ଦିନକୁ ଭାରତୀୟ କ୍ରିକେଟ୍‌ ଫ୍ୟାନ୍‌ ସୋସିଆଲ ମିଡିଆରେ ପାଳନ କରୁଛନ୍ତି। ଚହଲର ବୋଲିଂ ଅନ୍ଦାଜକୁ ସମସ୍ତେ ବେଶ୍‌ ପସନ୍ଦ କରିଥାନ୍ତି। ତାଙ୍କର ଏକ ସ୍ୱତନ୍ତ୍ର ଫ୍ୟାନ ଫଲୋୟର୍ସ ଅଛନ୍ତି। ତେବେ ଆଜି ଚହଲଙ୍କ ଜନ୍ମ ଦିନରେ ସବୁ କ୍ରିକେଟରମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି।

Yuzvendra Chahal gets comical and emotional wishes alike for 30th ...

ଚହଲଙ୍କ ଜନ୍ମ ଦିନ ଅବସରରେ ବିସିସିଆଇ ତାଙ୍କୁ ନିଆରା ଅନ୍ଦାଜରେ ଅଭିନନ୍ଦନ ଜଣାଇଛନ୍ତି। BCCI ଟ୍ଵିଟ୍‌ କରି ଲେଖିଛି ‘ଟି୨୦ରେ ୫ଟି ଓ୍ଵିକେଟ୍‌ ନେଇଥିବା ପ୍ରଥମ ଭାରତୀୟ ବୋଲର। ଓଡିଆଇ ଓ ଟି୨୦ରେ ୬ଟି ଓ୍ଵିକେଟ୍‌ ନେଇଥିବା ଦ୍ୱିତୀୟ ବୋଲର। ଦ୍ରୁତତମ ଭାରତୀୟ ବୋଲର। ଜନ୍ମଦିନର ଶୁଭେଚ୍ଛା ଯୁଜବେନ୍ଦ୍ର ଚହଲ’।

କେବଳ ବିସିସିଆଇ ନୁହେଁ ଯୁବରାଜ ସିଂହ, କୁଲଦୀପ ଯାଦବ ପ୍ରମୁଖ ମଧ୍ୟ ଚହଲଙ୍କ ଜନ୍ମ ଦିନରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.