କଟକ ଏସସିବିରେ ପ୍ଲାଜମା ଦାନ କଲେ ଦୁଇ ଜଣ ଅଗ୍ନିଶମ ଯବାନ

 କଟକ: କରୋନା ଯୋଦ୍ଧା ପୁଣି ହେଲେ ଯୋଦ୍ଧା । ଏନଡିଆରଏଫ ଦଳ ପରେ ନିଜ ପ୍ଲାଜମା ଦାନ କଲେ ଓଡିଶା ଅଗ୍ନିଶମ ବାହିନୀର ଦୁଇ ଜଣ କର୍ମଚାରୀ । ଅମ୍ଫନ ବାତ୍ୟା ଦାୟିତ୍ୱ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇ ଫେରିଥିବା କର୍ମଚାରୀଙ୍କ ମଧ୍ୟରୁ ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସୁସ୍ଥ ହେବା ପରେ ପର୍ଯ୍ୟାୟ କ୍ରମେ ସେମାନେ ପ୍ଲାଜମା ଦାନ କରିବେ ବୋଲି ସ୍ଥିର ହୋଇଥିଲା । ଆଜି ପ୍ରାଥମିକ ପର୍ଯ୍ୟାୟରେ ଦୁଇ ଜଣ ଅଗ୍ନିଶମ କର୍ମଚାରୀ ସୁସ୍ଥ ହେବା ପରେ କଟକ ସ୍ଥିତ ଏସସିବିରେ ନିଜ ପ୍ଲାଜ୍ମା ଦାନ କରିଥିବା ଜଣାଯାଇଛି । ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବାରେ ଅଗ୍ନିଶମ ଯବାନଙ୍କ ଏପରି ଯୋଗଦାନ ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.