ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ ପବିତ୍ର ମୋହନ ଦାସ, ଆସନ୍ତା ଗୁରୁଦିବସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବେ ସମ୍ମାନିତ

ଜୟପୁର (କେନ୍ୟୁଜ୍‌) : ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ । ରାଜ୍ୟର ଏକ ମାତ୍ର ଶିକ୍ଷକ ଭାବେ ଆସନ୍ତା ଗୁରୁଦିବସ ଅବସରରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ହେବେ ସମ୍ମାନିତ । ଏହି ଶିକ୍ଷକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଲା ଖଟଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସ ।

ଏହି ସମ୍ମାନ ପାଇଁ ସାରା ଦେଶରୁ ୪୫ ଜଣ ମନୋନୀତ ହୋଇଥିବା ବେଳେ ଏଥିରେ ଓଡିଶାରୁ ଏକମାତ୍ର ଶିକ୍ଷକ ଭାବେ ସେ ସ୍ଥାନ ପାଇଥିବାରୁ ଏବେ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ । ଆଉ ଏହାକୁ ନେଇ ତାଙ୍କ ସ୍କୁଲରେ ଖୁସିର ଲହରୀ ଖେଳି ଯାଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଜନ୍ମିତ ପବିତ୍ର ମୋହନ ଦାସ ଜୟପୁର ବିକ୍ରମ ଦେବ କଲେଜରୁ ପାଠପଢା ସାରିବା ପରେ ୨୦୦୧ ମସିହାରେ ଶିକ୍ଷକତା ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.