ମୟୁରଭଞ୍ଜ: ଚୋରକୁ ଶାସ୍ତି, ହାତ-ଗୋଡ ବାନ୍ଧି ବେକରେ ଡବା ଝୁଲାଇ ରାସ୍ତା ସାର ବୁଲାଇଲେ ଲୋକେ

ମୟୁରଭଞ୍ଜ(କେନ୍ୟୁଜ୍) : ଚୋରକୁ ଶାସ୍ତି। ହାତ, ଗୋଡ ବାନ୍ଧି ବେକରେ ଡବା ଝୁଲାଇ ରାସ୍ତା ସାର ବୁଲାଇଲେ ଲୋକେ। ଟ୍ରକରୁ ଚୋରୀ କରୁଥିବା ସମୟରେ ଧରାପଡିଲା ଚୋର। ମୟୁରଭଞ୍ଜ ୧୮ ନମ୍ବର ଜାତୀୟ ରାଜପଥ ନିକଟ ଏକ ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ଏକ ଟ୍ରକରୁ ଚୋରୀ କରୁଥିବା ସମୟରେ ଜଣେ ଯୁବକ ଧରାପଡିଥିଲା। ତାର ଅନ୍ୟ ଜଣେ ସହଯୋଗୀ ଖସି ପଳାଇଥିଲା। ଏନେଇ କୁଳିଅଣା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁୁକ୍ତଙ୍କୁ ଧରିବାକୁ ପୋଲିସର ତନାଘନା ଚାଲିଛି। କିଛି ଦିନ ଧରି କୁଳିଅଣା, କଳାବାଡିଆ ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରକରୁ ଚୋରୀ ବଢିବାରେ ଲାଗିଛି।