Paytm-ଫୋନପେ ବ୍ୟବହାରକାରୀ ଧ୍ୟାନ ଦିଅନ୍ତୁ, କେଓ୍ଵାସୀ କରିନଥିଲେ ଆସନ୍ତା ମାସରୁ କରିପାରିବେ ନାହିଁ କୌଣସି ବି ପେମେଣ୍ଟ

ପେଟିଏମ, ଫୋନପେ ଭଳି ପେମେଣ୍ଟ ଓ୍ଵାଲେଟର ବ୍ୟବହାର କରୁଥିବା ଗ୍ରାହକ ଯଦି କେଓ୍ଵାସି ପୂରା କରିନାହାନ୍ତି ତେବେ ଆସନ୍ତା ମାସରେ ତାଙ୍କର ଓ୍ଵାଲେଟ କାମ କରିବା ବନ୍ଦ କରିଦେବ। ରିଜର୍ଭ ବ୍ୟାଙ୍କ୍‌ ତରଫରୁ ପେମେଣ୍ଟ ଓ୍ଵାଲେଟ୍‌ କମ୍ପାନୀକୁ ଦିଆଯାଇଥିବା ସମୟସୀମା ୩୧ ଅଗଷ୍ଟରେ ସମାପ୍ତ ହୋଇଯିବ।

ଆରବିଆଇ କେଓ୍ଵାସୀ କରିବାରଅବଧିକୁ ପ୍ରଥମେ ଫେବ୍ରୁଆରୀ ୨୦୧୯ ରଖିଥିଲେ। ପରେ କମ୍ପାନୀର ଅନୁରୋଧକ୍ରମେ ଏହି ଅବଧିକୁ ଛଅ ମାସ ବଢ଼ାଇଦିଆଗଲା। କେଓ୍ଵାସୀ ପୂରା କରିବା ପାଇଁ ଗ୍ରାହକଙ୍କ ପାଖରେ ଏବେ ମାତ୍ର ୧୦ ଦିନ ସମୟ ରହିଲା। ଅନୁମାନ ଅନୁଯାୟୀ ଏବେ ପର୍ଯ୍ୟନ୍ତ ୩୦ରୁ୪୦ ପ୍ରତିଶତ ଗ୍ରାହକ ଓ୍ଵାଲେଟର କେଓ୍ଵାସି ପୂରା କରିନାହାନ୍ତି। ଏମିତିରେ ସେମାନଙ୍କୁ ଓ୍ଵାଲେଟର ବ୍ୟବହାର କରିବାରେ ସମସ୍ୟା ହୋଇପାରେ।

kycବଦଳିଗଲା କେଓ୍ଵାସୀର ନିୟମ

ଆରବିଆଇ ଓ୍ଵାଲେଟ କମ୍ପାନୀ ନିୟମରେ ପରିବର୍ତ୍ତନ କରିଛନ୍ତି। ନୂଆ ମାନକ ଅନୁଯାୟୀ ଗ୍ରାହକଙ୍କୁ ପାନ କାର୍ଡ, ଆଧାର ନମ୍ବର ଭଳି କାଗଜପତ୍ର ଅପଲୋଡ କରିବାକୁ ପଡିବ ଏବଂ ଏହାପରେ ସମ୍ବଦ୍ଧୀତ କମ୍ପାନୀର ଏଜେଣ୍ଟକୁ ଯାଇ ସତ୍ୟାପିତ ମଧ୍ୟ କରିବାକୁ ହୋଇଥାଏ।

ଏହାସହ ପଢନ୍ତୁ : ଡେବିଟ୍‌ କାର୍ଡକୁ ଶେଷ କରିବାକୁ ଚାହୁଁଛି SBI, କିନ୍ତୁ କାହିଁକି ଜାଣନ୍ତୁ ଏହି ରିପୋର୍ଟରୁ. . .

ଓ୍ଵାଲେଟ କମ୍ପାନୀର କହିବା କଥା ଯେ ଭୌତିକ ସତ୍ୟାପନ ଦ୍ୱାରା ତାଙ୍କର ଖର୍ଚ୍ଚ ବହୁତ ବଢ଼ିଯାଇଛି। ପେଟିଏମ ଏବଂ ଅନ୍ୟ ଓ୍ଵାଲେଟ କମ୍ପାନୀ ଆରବିଆଇକୁ ଭିଡିଓ କେଓ୍ଵାସୀ କରାଇବାର ବିକଳ୍ପ ଦେବା ପାଇଁ ଅନୁରୋଧ ମଧ୍ୟ କରିଥିଲେ। କିନ୍ତୁ ଏବେ ଏହାକୁ ନେଇ କୌଣସି ନିଷ୍ପତ୍ତି କରାଯାଇନାହିଁ।

wallet୫୦ କୋଟିରୁ ଅଧିକ ଉପଭୋକ୍ତା

ଦେଶରେ ଏବେ ଏକ ଦର୍ଜନରୁ ଅଧିକ ପେମେଣ୍ଟ ଓ୍ଵାଲେଟ୍‌ ଲୋକପ୍ରିୟ ରହିଛି। ଏଥିରେ ଜଡିତ ଗ୍ରାହକଙ୍କ ମୋଟ୍‌ ସଂଖ୍ୟା ୫୦ କୋଟିରୁ ଅଧିକ। କେବଳ ପେଟିଏମ ପାଖରେ ଏବେ ରହିଛନ୍ତି ୩୫ କୋଟି ଗ୍ରାହକ। ଏହାଛଡା ଗୁଗଲ-ପେ, ଫୋନପେ, ମୋବିକ୍ୱିକ, ୟୋନୋ ଏସବିଆଇ, ଆଇସିଆଇସିଆଇ ପ୍ୟାକେଟ, ଏଚଡିଏଫସି ପେଜ୍ୟାପ, ଭୀମ ଆପ୍‌, ଆମାଜନ-ପେ ଏବଂ ଫ୍ରୀଚାର୍ଜର ମଧ୍ୟ କୋଟି-କୋଟି ଉପଭୋକ୍ତା ବ୍ୟବହାର କରୁଛନ୍ତି।

paymentକେଓ୍ଵାସୀ କରୁଥିବା ସମୟରେ ରୁହନ୍ତୁ ସାବଧାନ

ପେଟିଏମ ନିଜର ଉପଭୋକ୍ତାଙ୍କୁ ପରାମର୍ଶ ଦେଇଛି ଯେ କମ୍ପାନୀର ଏକଜୁକୁଟିଭ ଠାରୁ ହିଁ ଓ୍ଵାଲେଟ୍‌ କେଓ୍ଵାସୀ ପୂରା କରନ୍ତୁ। ଏଥିପାଇଁ ଏନିଡେସ୍କ ଏବଂ କ୍ୱିକସ ପାର୍ଟ ଭଳି ଆପର ବ୍ୟବହାର କରନ୍ତୁ ନାହିଁ। କମ୍ପାନୀ କହିଛି ଯେ ରିମୋର୍ଟ ଆପ୍‌ ଜରିଆରେ ଠକ ଆପଣଙ୍କ ଫୋନରୁ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ହ୍ୟାକ୍‌ କରିପାରନ୍ତି।

ଯଦି କୌଣସି କାରଣରୁ ଏହି ଆପକୁ ଡାଉନଲୋଡ୍‌ କରୁଛନ୍ତି ତେବେ ଭେରିଫିକେସନ କୋର୍ଡ କାହା ସହିତ ମଧ୍ୟ ସେୟାର କରନ୍ତୁ ନାହିଁ। ସେଣିକି ବ୍ୟାଙ୍କ ହେଉ କିମ୍ବା ମୋବାଇଲ ଓ୍ଵାଲେଟ କମ୍ପାନୀର ଏଗଜୁକୁଟିଭ ହୁଅନ୍ତୁ ନା କାହିଁକି ।