Below header

ସମ୍ବଲପୁର ରେଙ୍ଗାଲି ତହସିଲର ଅମିନଙ୍କୁ ଗୋଡାଇ ଗୋଡାଇ ମାଡ, ସିସିଟିଭିରେ କଏଦ ହେଲା ଭିଡିଓ

ସମ୍ବଲପୁର(କେନ୍ୟୁଜ୍): ସରକାରୀ ଅଫିସ୍‌ରେ ସରକାରୀ କର୍ମଚାରୀଙ୍କୁ ମାଡ଼। ସମ୍ବଲପୁର ରେଙ୍ଗାଲି ତହସିଲର ଅମିନଙ୍କୁ ମାଡ଼ । ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଅମିନ କାରମା ଖଡ଼ିଆ କାର‌୍ୟ୍ୟାଳୟରେ ଥିବା ସମୟରେ ବ୍ରାହ୍ମଣୀପାଲିର ହେମନ୍ତ ଦାଶ ଅଫିସ୍‌ ଭିତରେ ପଶିଥିଲେ । ଅମିନଙ୍କୁ ମାଡ଼ ମାରିଥିଲେ । କାରମା ଦୌଡ଼ି ପଳାଉଥିବା ବେଳେ ତାଙ୍କୁ ଅଫିସ୍‌ ବାହାରେ ମଧ୍ୟ ଗୋଡାଇ ଗୋଡାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଅମିନ କାରମା ଖଡ଼ିଆ ରେଙ୍ଗାଲି ଥାନାରେ ଅଭିଯୋଗ କରିଛନ୍ତି । ହେଲେ ଏପର‌୍ୟ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ହେମନ୍ତ ରହୁଥିବା ଜମିକୁ ମାପିବାକୁ ଯାଇଥିଲେ କାରମା । ହେଲେ ଅମିନଙ୍କ କାମକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ କାରମାଙ୍କୁ ବାରମ୍ବାର ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.