Below header

ମୋ ବସ୍ ଭଳି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା, ରାଜ୍ୟର ୬ ଟି ଜିଲ୍ଲାରେ ଗଡିବ

ମୋ ବସ୍ ଭଳି  ଆସୁଛି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା। ରାଜ୍ୟର ୬ ଟି ଜିଲ୍ଲାରେ ଚାଲିବ ଲକ୍ଷ୍ମୀ ବସ୍। ଆଦିବାସୀ ଅଧ୍ୟୁଷିତ ଓ ମାଓ ଉପଦ୍ରୁତ ଅଞ୍ଚଳରେ ଏହି ବସ୍ ଚାଲିବ ।  ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡାରେ ଚାଲିବ ଏହି ଲକ୍ଷ୍ମୀ ବସ୍ ।

ଭୁବନେଶ୍ୱର (କେନ୍ୟୁଜ):  ମୋ ବସ୍ ଭଳି  ଆସୁଛି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା । ରାଜ୍ୟର ୬ ଟି ଜିଲ୍ଲାରେ ଚାଲିବ ଲକ୍ଷ୍ମୀ ବସ୍। ଆଦିବାସୀ ଅଧ୍ୟୁଷିତ ଓ ମାଓ ଉପଦ୍ରୁତ ଅଞ୍ଚଳରେ ଏହି ବସ୍ ଚାଲିବ ।  ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡାରେ ଚାଲିବ ଏହି ଲକ୍ଷ୍ମୀ ବସ୍ । ୩ଟି ଟାୟାରରେ ଚାଲିବ ଏହି ବସ୍ ।  ଗ୍ରାମ ବା ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ, ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟାଳୟରୁ କଟକ,ଭୁବନେଶ୍ୱର, ପୁରୀକୁ ଚାଲିବ ଲକ୍ଷ୍ମୀ ବସ୍ ।
ତେବେ ଘରୋଇ ବସ୍ ମାଲିକ ସଙ୍ଘ ପକ୍ଷରୁ ଏହାକୁ ବିରୋଧ କରାଯିବା ସହିତ ରାଜ୍ୟର ଘରୋଇ ବସ୍ ଗୁଡିକୁ ସାମିଲ କରିବା ପାଇଁ ଦାବି କରାଯାଇଛି ।

ସେହିପରି ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ପ୍ରଣୟନ କରିବାକୁ ଯାଉଥିବାବେଳେ ଏଥିରେ ଗ୍ରାମାଞ୍ଚଳରୁ ବ୍ଲକ ମୁଖ୍ୟାଳୟ ଓ ସହରାଞ୍ଚଳକୁ ବସ୍‌ ଯାତାୟତ କରିବା ଦ୍ୱାରା ଅରାଜକତା ସୃଷ୍ଟି ହେବ । ଏବେ ଏହି ରାସ୍ତାରେ ପର୍ଯ୍ୟାପ୍ତ ଘରୋଇ ବସ୍ ଚଳାଚଳ କରୁଛି । ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଲେ ଅସ୍ୱାସ୍ଥ୍ୟକର ପ୍ରତିଦ୍ୱନ୍ଦିତା ହୋଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ । ତେଣୁ ଗତ କିଛି ଦିନ ତଳେ ସଂଘ ନିଷ୍ପତ୍ତି ନେଇଥିଲା ଯେ ବସ୍‌ ମାଲିକମାନେ ସେମାନଙ୍କର ବସ୍‌ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଦେବ ।

ରାଜ୍ୟ ସରକାର ଯେଉଁ ଢାଞ୍ଚାରେ ମୋ ବସ୍ ଚଳାଚଳ କରୁଛନ୍ତି ସେହି ପ୍ରଣାଳୀରେ ଘରୋଇ ବସ୍‌କୁ ଅଧିଗ୍ରହଣ କରି ଚଲାନ୍ତୁ । ନଚେତ୍ ଅଗଷ୍ଟ ୧୬ତାରିଖରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ କରାଯିବ ବୋଲି ଏକ ବୈଠକରେ ବସ୍‌ ମାଲିକ ସଂଘର ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ରହି କହିଥିଲେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.