ଫ୍ଲିପକାର୍ଟରେ ନିଯୁକ୍ତି, ଚାଟାର୍ଡ ଆକାଉଣ୍ଟିଂ କୋର୍ସ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଫ୍ଲିପକାର୍ଟରେ ତୁରନ୍ତ କରନ୍ତୁ ଆବେଦନ । ଚାଟାର୍ଡ ଆକାଉଣ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ । ଜାଣନ୍ତୁ କେମିତି କରିବେ ଆବେଦନ ।

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଫ୍ଲିପକାର୍ଟ ପକ୍ଷରୁ ଚାଟାର୍ଡ ଆକାଉଣ୍ଟାଣ୍ଟ/ ଆସୋସିଏଟ ଡାଇରେକ୍ଟର/ କଣ୍ଟ୍ରୋଲୋର ପାଇଁ ଆବେଦନ ଗ୍ରହଣ କରୁଛି । ପ୍ରାର୍ଥୀଙ୍କୁ ଗୁରୁଗାଓଁ, ହରିୟାଣାରେ ନିଯୁକ୍ତି ମିଳିବ । ନିଯୁକ୍ତ ପ୍ରାର୍ଥୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ।

ନିଯୁକ୍ତ ହେବା ପ୍ରାର୍ଥୀଙ୍କୁ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ, ଷ୍ଟାଟେଜିକ୍‌ ପ୍ଲାନିଂ ଆଣ୍ଡ ଆନାଲିସ, ରିସ୍କ ମ୍ୟାନେଜମେଣ୍ଟ, ଟିମ୍‌ ଲିଡରସିପ ଆଣ୍ଡ ଡେପଲପମେଣ୍ଟ, ଟେକ୍ନୋଲୋଜି ଦେଖିବାକୁ ହେବ ।

ପଦବୀ ବିବରଣୀ : ୧

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଫାଇନାନ୍ସ ଏବଂ ଆକାଉଣ୍ଟିଂରେ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ । ଚାଟାର୍ଡ ଆକାଉଣ୍ଟାଣ୍ଟ କୋର୍ସ କରିଥିବା ବ୍ୟକ୍ତି କରିପାରିବେ ଆବେଦନ । ଏହାଛଡା ପ୍ରାର୍ଥୀଙ୍କର ୧୦ରୁ ୧୨ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।

ପ୍ରାର୍ଥୀଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଫ୍ଲିପକାର୍ଟର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଏହାପରେ କ୍ୟାରିଅର ଅପସନରେ କ୍ଲିକ୍‌ କରନ୍ତୁ । ତା’ ପରେ ଆପ୍ଲିକେସନ ଫର୍ମ ପୂରଣ କରିବା ପରେ ସବମିଟ୍‌ କରନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.flipkartcareers.com/#!/job-view/associate-director-controllers-gurgaon-haryana-ca-digital-transformation-risk-management-2023080111505357

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.