Below header

ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି-ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ମିଳବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା

ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ପ୍ରୋତ୍ସାହନ । ଚଳିତ ଶିକ୍ଷା ବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଏପରି ଘୋଷଣା କରିଛନ୍ତି ସରକାର । ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ପ୍ରୋତ୍ସାହନ । ଚଳିତ ଶିକ୍ଷା ବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଏପରି ଘୋଷଣା କରିଛନ୍ତି ସରକାର । ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିଭଳି ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନଜୀବିକା କାର୍ଯ୍ୟକ୍ରମର ସଂପ୍ରସାରଣ ପାଇଁ ମଧ୍ୟ କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଚିହ୍ନଟ ହୋଇଥିବା ଆଉ ୧୧୩୮ ଆଦିମ ଜନଜାତି ଗାଁକୁ ଏହି ଯୋଜନା ସଂପ୍ରସାରଣ କରିବାକୁ ଦାବି କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରୁ ଆସନ୍ତା ୭ ବର୍ଷ ପାଇଁ ଏହିସବୁ ଗାଁରେ ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନଜୀବିକା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ରାଜ୍ୟ ସରକାର ।

ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଚେଷ୍ଟା ଗାରି ରହିଛି । ସେମାନଙ୍କ ଶିକ୍ଷା, ଜୀବିକା ଓ ଅଧିକାରର ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ଆଦିବସୀଙ୍କ କଳା, ସଂସ୍କୃତିର ସୁରକ୍ଷା ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୨୩ଟି ଜିଲ୍ଲାର ୧୭୨ ବ୍ଲକକୁ ସଂପ୍ରସାରିତ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାରେ ବାର୍ଷିକ ପ୍ରାୟ ୬ ଲକ୍ଷ ଆଦିବାସୀ ଛାତ୍ରଛତ୍ରୀ ଶିକ୍ଷା ସୁବିଧା ପାଉଛନ୍ତି । ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ କରିବାରେ ମଧ୍ୟ ଓଡ଼ିଶା ସବୁଠୁ ଆଗରେ । ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ମୋ ଜଙ୍ଗଲ ମୋ ଜମି ଯୋଜନା ଆରମ୍ଭ କରିଛନ୍ତି ।

ଆଦିବାସୀଙ୍କ ଜୀବନଜୀବିକା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ଜରିଆରେ ନିଜସ୍ବ ପାଣ୍ଠିରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଫଳରେ ତିନି ବର୍ଷରେ ଦେଢ ଲକ୍ଷ ଆଦିବାସୀ ପରିବାର ଉପକୃତ ହୋଇପାରିବେ ବୋଲି ସରକାର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.