Below header

ପନିପରିବା, ଆଳୁ, ପିଆଜ,ମସଲା ଉତ୍ପାଦନରେ ଓଡ଼ିଶା ହେବ ଆତ୍ମନିର୍ଭରଶୀଳ : ୪ ବର୍ଷରେ ୧୧୮୩ କୋଟି ଟଙ୍କା ପ୍ରୋତ୍ସାହନ ରାଶି ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): କୃଷିରେ ମହିଳାମାନଙ୍କ ସଶକ୍ତୀକରଣ ଏବଂ ମହିଳା ଏସ୍‌ଏଚ୍‌ଜିଙ୍କ ଉଦ୍ୟୋଗର ପ୍ରୋତ୍ସାହନ ପାଇଁ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ଏଥିରେ ମହିଳା ଏସ୍‌ଏଚ୍‌ଜି ଦ୍ୱାରା ରାଜ୍ୟରେ ଛତୁ ଚାଷ ଓ ଝୁରାଫୁଲ ଉତ୍ପାଦନକୁ ଦ୍ୱିଗୁଣିତ କରିବା ସହ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ୪ ବର୍ଷ ମଧ୍ୟରେ ୩୬୭.୧୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ ଯୋଜନ ପାଇଁ ଅର୍ଥରାଶିର ବ୍ୟବସ୍ଥା ହୋଇଛି। ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ କୃଷକ ଉତ୍ପାଦନ ସଂଗଠନ ତଥା ଚାଷୀଙ୍କୁ ପ୍ରୋତ୍ସାହିତ କରିବ। ୪ ବର୍ଷରେ ଖର୍ଚ୍ଚ ହେବ ୧୧୪୨.୨୪ କୋଟି ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.